ନାବାଳିକାକୁ ଫୁସୁଲେଇ ଶାରୀରିକ ସଂପର୍କ ରଖିଥିଲା ଯୁବକ , ପ୍ରେମିକା ଏହି ନାବାଳିକାର ନଗ୍ନ ଭିଡ଼ିଓ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା

ନୂଆଦିଲ୍ଲୀ : ଜଣେ ୩୧ ବର୍ଷୀୟ ଭାରତୀୟକୁ ଜଣେ ନାବାଳିକାକୁ ଯୌନ ଶୋଷଣ କରିବା ଏବଂ ଦୁଇଟି ଦୁଷ୍କର୍ମ ଅଭିଯୋଗରେ ୧୩ ବର୍ଷର ଜେଲଦଣ୍ଡାଦେଶ ଦେଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ତାକୁ ୧୨ଥର ବେତ ମାଡ଼ର ଦଣ୍ଡ ବି ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଏହି ଭାରତୀୟ ଯୁବକର ନାଆଁ ହେଲା ଉଦୟ କୁମାର ଦକ୍ଷିଣମୂର୍ତ୍ତୀ। ତା’ର ବୟସ ୩୧ ବର୍ଷ। ସେ ଏକ ବାର ବର୍ଷର ନାବାଳିକାକୁ ଉପହାର ଦେଇ ତାକୁ ନିଜର ‘ସ୍ତ୍ରୀ’ ବୋଲି କହିଲା। ତା’ପରେ ତା’ସହିତ କ୍ରମାଗତ ଭାବେ ଶାରୀରିକ ସଂପର୍କ ରଖିଥିଲା। ୨୦୧୬ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଏହି ଅପରାଧ ଘଟିଥିଲା। ଉଦୟ କୁମାରର ଜଣେ ପ୍ରେମିକା ଏହି ନାବାଳିକାର ନଗ୍ନ ଭିଡ଼ିଓ ଦେଖିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି କହିଥିଲେ ଯେ ଅଭିଯୁକ୍ତ ଉଦୟ କୁମାର ନାବାଳିକାର ସରଳତାର ସୁଯୋଗ ନେଇ ଏଭଳି ଅପକର୍ମ କରିଛି। ଅଭିଯୁକ୍ତ ଏକଥା ବି ସ୍ୱୀକାର କରିଛି ସେ ଦୁଇ ଥର ନାବାଳିକା ସହିତ ଦୁଷ୍କର୍ମ କରିବାରେ ଅସଫଳ ହୋଇଥିଲା।ସେ ପ୍ରଥମେ ନାବାଳିକାକୁ ନଗ୍ନ ସେଲଫି ନେବାକୁ କହିଥିଲା ଓ ବଦଳରେ ତା’କୁ ଚକଲେଟ୍‌,ଆଇସିକ୍ରିମ୍‌ ଆଦି ଦେବ ବୋଲି କହିଥିଲା। ଉଦୟ କୁମାର ଏକ ହାଉସିଂ ଇଷ୍ଟେଟ୍‌ରେ ମିନିମାର୍ଟରେ କାମ କରୁଥିଲା।ଉଦୟ କୁମାରର ପ୍ରେମିକା ତା’ ନାଆଁରେ ଥାନାରେ ଏତଲା ଦେବାପରେ ଉଦୟ କୁମାରକୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର