ଟ୍ରେନ ଚାଲୁଥିଲା ୯ ଘଣ୍ଟା ବିଳମ୍ବରେ, ଅତ୍ୟାଧିକ ଗରମ ସହି ନ ପାରି ୫ମାସର ଶିଶୁ ଆଖି ବୁଜିଲା

0 832

ଅଲ୍ଲହାବାଦ : ଦେଶରେ ଦିନକୁ ଦିନ ତାପମତ୍ରା ବୃଦ୍ଧି ପାଉଥିବା ବେଳେ ଏ ନେଇ ଜନସାଧାରଣଙ୍କ ମଧ୍ୟରେ ହାହାକାର ବ୍ୟାପିଛି । ଶୁକ୍ରବାର ଦିନ ଦିବ୍ରୁଗଡ଼- ନୂଆଦିଲ୍ଲୀ ବ୍ରହ୍ମପୁୂତ୍ର ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ଏକ ଅଭାବନୀୟ ଘଟଣା ଘଟଛି। ଟ୍ରେନରେ ଅତ୍ୟଧିକ ଗରମ ଯୋଗୁଁ ତାଙ୍କ ୫ମାସର ଶିଶୁର ମୃତ୍ୟୁ ଘଟିଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ବିହାରର କାମୁର ଅଞ୍ଚଳର ମହମ୍ମଦ ଟ୍ରେନର ଏସ-୮ କୋଚ୍‌ରେ ନିଜର ୫ମାସର ଝିଅକୁ ଧରି ଯାତ୍ରା କରୁଥିଲେ । ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ପୂର୍ବରୁ ଖରାପ ଥିଲା। କୌଣସି କାରଣ ବଶତଃ ଟ୍ରେନ୍‌ଟି ଆଲ୍ଲାହାବାଦ ଜଙ୍କସନ୍‌ ଠାରୁ କିଛି ଦୂରରେ ଅଟକି ଯାଇଥିଲା । ଏହା ପୂର୍ବରୁ ମଧ୍ୟ ମିର୍ଜାପୁର ଷ୍ଟେସନ୍‌ରେ ପହଞ୍ଚିବା ବେଳକୁ ଟ୍ରେନ୍‌ଟି ପ୍ରାୟ ୯ ଘଣ୍ଟା ବିଳମ୍ବ ରହିଥିଲା । ଫଳରେ ସ୍ୱାସ୍ଥ୍ୟ ଖରାପ ଥିବା ଶିଶୁଟିର ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା । ଏହି ସମ୍ବନ୍ଧରେ ରେଳ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ତରଫରୁ କୌଣସି ପ୍ରକାରର ସହାୟତା ମିଳିନଥିଲା । ଜଙ୍କସନ୍‌ରେ ପହଞ୍ଚିବାପରେ ରେଳ ଡ଼ାକ୍ତରଖାନାକୁ ଶିଶୁକୁ ନିଆଯିବାରୁ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଯାହା ପରେ ପରିବାର ସଦସ୍ୟ ରେଳ କର୍ମଚାରୀଙ୍କ ଉପରେ ଆରୋପ ଲଗାଇବା ପରେ ମୁଗଲସରାଇ ପଳାଇଯାଇଥିଲେ ।

.thestatesman.com

“ଶିଶୁ ଏବଂ ତାଙ୍କ ପରିବାର ସ୍ଲିପର ବଗିରେ ଯାତ୍ରା କରୁଥିଲେ । ସେ ଏସି ବଗିରେ ଯାତ୍ରା କରୁଥିଲେ ଆମେ ଏସି ଫେଲ୍‌ ହେବା ବା ଥଣ୍ଡା ନହେବା ଅଭିଯୋଗ ସ୍ୱୀକାର କରିଥାନ୍ତୁ। ଗତ ରାତିରେ କାଳବୈଶାଖୀ ଯୋଗୁଁ ଲାଇନ୍‌ ବନ୍ଦ ରହିଥିଲା ଯାହା ଫଳରେ ଟ୍ରେନ୍‌ଟି ପହଞ୍ଚିବାକୁ ବିଳମ୍ବ ହୋଇଥିଲା । ଏଥିରେ ରେଳ ବିଭାଗର କୌଣସି ଭୁଲନାହିଁ।’ ଘଟଣା ବିଷୟରେ ଉପରୋକ୍ତ ମତ ଦେଇଛନ୍ତି ଜଣେ ରେଳ କର୍ମଚାରୀ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.