ବରଯାତ୍ରୀରେ ଯିବା କାଳ ହେଲା : ନାଚିବା ସମୟରେ ପାଦରେ ଚଢ଼ିଯିବାରୁ ନାବାଳକକୁ ଗୁଳି କରି ହତ୍ୟା କଲା ମାତାଲ୍‌ କନେଷ୍ଟବଳ

ଫିରୋଜାବାଦ୍‌ : ବରଯାତ୍ରୀରେ ନାଚିବା ସମୟରେ ପୁଲିସ କନେଷ୍ଟବଳଙ୍କ ଗୋଡ଼ରେ ଚଢ଼ିଯିବାରୁ ନିଜର ଜୀବନ ହରାଇଛନ୍ତି ନାବାଳକ । ଅଜାଣତରେ ଡ଼ିଜେର ତାଳେ ତାଳେ ନାଚିବା ସମୟରେ ମୃତ ନାବାଳକ ଜଣକ ଜଣେ କନେଷ୍ଟବଳଙ୍କ ପାଦ ଉପରେ ଚଢ଼ି ଯାଇଥିଲେ । ଏଥିରେ ରାଗି ଯାଇ କନେଷ୍ଟବଳ ଜଣକ ତାଙ୍କ ପାଖରେ ଥିବା ବନ୍ଧୁକକୁ କାଢ଼ି ନାବାଳକ ଉପରକୁ ଗୁଳି ଚଳାଇଥିଲୋ ପାଇଁ ସଭିଏଁ ନାଚ ଗୀତରେ ବ୍ୟସ୍ତ ଥିବା ବେଳେ କନେଷ୍ଟବଳ ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସାହାଯ୍ୟରେ ମୃତଦେହକୁ ସେଠାରୁ ହଟାଇ ଦେଇଥିଲେ । ମୃତକଙ୍କ ବାପା ଏସବୁ ବିଷୟରେ ଜାଣି ପାରି ପୁଲିସରେ ଏତଲା ଦେବା ପରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ । ମୃତକ ଜଣଙ୍କ ମାନିକ୍‌ ଚନ୍ଦା ବୋଲି ଚିହ୍ନଟ କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ନାମ ମହେନ୍ଦ୍ର ସିଂ ବୋଲି ଚିହ୍ନଟ କରାଯାଇଛି ।

newsxind.com

ସୂଚନା ମୁତାବକ, ଏହି ଘଟଣାଟି ଶୁକ୍ରବାର ଫିରୋଜାବାଦ୍‌ ଜିଲ୍ଲାରେ ଘଟିଥିଲା । ମୃତକ ଜଣକ ଅଭିଯୁକ୍ତଙ୍କର ସଂପର୍କୀୟ ବୋଲି ଜଣା ପଡ଼ିଥିବା ବେଳେ ଶୁକ୍ରବାର ସମସ୍ତେ ଏକ ବରଯାତ୍ରୀରେ ବାହାରିଥିଲେ । ପୁଲିସ କନେଷ୍ଟବଳ ଜଣଙ୍କ ମଦ ପିଇ ବରଯାତ୍ରୀରେ ନାଚୁଥିବା ବେଳେ ୧୨ବର୍ଷିୟ ମାନିକ୍‌ ଅଜାଣତରେ ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିଲେ । ଏଥି ପାଇଁ ସେ କ୍ଷମା ମାଗିଥିଲେ ମଧ୍ୟ ନିଶାଗ୍ରସ୍ତ ଥିବା ମହେନ୍ଦ୍ର ମାନିକ୍‌ଙ୍କ କୌଣସି କଥା ନ ଶୁଣି ପକେଟରୁ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେବା ପରେ ମହେନ୍ଦ୍ର ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ମୃତଦେହକୁ ସେଠାରୁ ହଟାଇ ଦେଇଥିଲେ । ଏ ବିଷୟରେ ଜଣା ପଡ଼ିବା ପରେ ମାନିକ୍‌ଙ୍କ ବାପା ମହେନ୍ଦ୍ର ଓ ତାଙ୍କ ସାଥୀଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର