ଗଞ୍ଜେଇ ଚାଲାଣ ର‍୍ୟାକେଟ୍‌ର ୩ ଗିରଫ

ରାଉରକେଲା: ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର‍୍ୟାକେଟ୍‌ର ୩ ଜଣଙ୍କୁ ଉଦିତ୍‌ନଗର ପୁଲିସ୍‌ ସୋମବାର ରାତି ରାଉରକେଲା ସାରନା ଛକରେ କାବୁ କରିଛି। ସେମାନେ ହେଲେ ବିହାର ବେଟିଆ ଜିଲ୍ଲା ସିତାପୁରର ରାଧେଶ୍ୟାମ ଚୌରସିଆ (୨୦), କୋରାପୁଟ ରେଳ ଷ୍ଟେସନ ନିକଟ ରାମେଶ୍ୱର ନଗରର ବାବଲୁ ପଟନିଆ (୨୦) ଓ ଅନିଲ ନିଆଲ (୨୨)। ସେମାନଙ୍କ ଠାରୁ ୩ଟି ପ୍ୟାକେଟରେ ୨୨ କିଲୋ ୩୪୫ ଗ୍ରାମ ଗଂଜେଇ, ଗୋଟିଏ ଦେଶୀ ପିସ୍ତଲ, ୨ଟି ଗୁଳି, ମାଗାଜିନ୍‌, ୩ଟି ମୋବାଇଲ ଫୋନ୍‌ ଓ ନଗଦ ୨୦ ହଜାର ଟଙ୍କା ଜବତ ହୋଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର