ଫରିଦାବାଦ୍: ଫରିଦାବାଦରେ ଘଟଯାଇଛି ଏକ ଅଭାବନୀୟ ଘଟଣା। ଆଇପିଏସ୍ ଅଫିସର୍ ବିକ୍ରମ କପୁର ମଙ୍ଗଳବାର ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ନିଜକୁ ନିଜେ ସର୍ଭିସ ରିଭଲ୍ଭର୍ରେ ଗୁଳି କରି ନିଜ ଜୀବନ ହାରିଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଫରିଦାବାଦର ସେକ୍ଟର ୩୦ସ୍ଥିତ ପୁଲିସ୍ ଲାଇନ୍ରେ ଥିବା ନିଜ ଘରେ ଡିସିପି ବିକ୍ରମ କପୁର୍ ଏପରି କରିଥିବା ସୂଚନା ରହିଛି।
Faridabad Deputy Commissioner of Police (DCP), Vikram Kapoor, has allegedly committed suicide at his residence by shooting himself. More details awaited. #Haryana pic.twitter.com/H7KRIMvUkW
— ANI (@ANI) August 14, 2019
ତେବେ, ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା କୌଣସି ପାରିବାରିକ କଳହରୁ ହୋଇଥାଇ ପାରେ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି।
Comments are closed.