ବାଙ୍ଗାଲୁରୁ : କର୍ଣ୍ଣାଟକର ଜଣେ ଆଇପିଏସ ଅଫିସର ଜଣେ ବିବାହିତା ମହିଳାଙ୍କ ସହ ଅବୈଧ ସଂପର୍କ ରଖିବା ମାମଲା କ୍ରମଶଃ ଜଟିଳ ରୂପ ନେଉଛି । ଏହି ମାମଲାରେ ସଂପୃକ୍ତ ଆଇପିଏସ ଅଫିସର ତଥା ବାଙ୍ଗାଲୋର(ଗ୍ରାମୀଣ)ର ଏସପି ଭୀମଶଙ୍କର ଗୁଲେଦଙ୍କୁ ନିଜ ପଦବୀରୁ ହଟାଇଦିଆଯାଇଛି । ତାଙ୍କୁ ବର୍ତ୍ତମାନ ପାଇଁ କୌଣସି ଦାୟିତ୍ୱ ଦିଆଯାଇନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ବାଙ୍ଗାଲୋରର ଜଣେ ସଫ୍ଟଓ୍ଵାର ଇଂଜିନିୟରଙ୍କ ପତ୍ନୀଙ୍କ ସହ ତାଙ୍କର ଅବୈଧ ସଂପର୍କ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ନିଜେ ସଂପୃକ୍ତ ସଫ୍ଟଓ୍ଵାର ଇଂଜିନିୟର ତାଙ୍କର ଅଭିଯୋଗକୁ ପ୍ରମାଣିତ କରିବା ପାଇଁ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ଅଗୁଲେଦଙ୍କ ବିରୋଧରେ ଆଇପିସିର ଧାରା ୪୯୭ ( ଅବୈଧ ସଂପର୍କ) ଅନୁସାରେ ଏକ ମାମଲା ରୁଜ୍ଜୁ ହୋଇଛି । ଇଂଜିନିୟର ଜଣକ ଅଭିଯୋଗ ନେଇ କର୍ଣ୍ଣାଟକ ଡିିଜି ଓ ଏଡିଜିଙ୍କୁ ଭେଟିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଏହି ସଂପର୍କକୁ ବିରୋଧ କରିବାରୁ ଆଇପିଏସ ଜଣକ ଏନକାଉଣ୍ଟରରେ ଉଡେଇଦେବାକୁ ଧମକ ଦେଇଛନ୍ତି ।
ଅନ୍ୟପକ୍ଷରେ ସଂପୃକ୍ତ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେ ନିଜ ସ୍ୱାମୀଙ୍କ ସହିତ ଖୁସିନାହାନ୍ତି ଓ ତାଙ୍କ ସହ ରହିବାକୁ ଚାହୁଁନାହାନ୍ତି ।