ବିବାହ ପାଇଁ ମନା କରିବା ସହିତ ପ୍ରେମିକା ଫୋନ୍‌ ନଉଠାଇବାରୁ ପ୍ରେମିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଭାଇରାଲ

ରାୟପୁର: ଛତିଶଗଡ଼ର କୋରବାରେ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଯୁବକ ନିଜର ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରି ଦେଇଛି। ଯୁବକ-ଯୁବତୀ ଦୁହିଁଙ୍କୁ ଅନେକ ଦିନ ଧରି ଭଲ ପାଇ ଆସୁଥିଲେ କିନ୍ତୁ ପୁଅ କିଛି କରୁ ନଥିବାରୁ ଝିଅଘର ଲୋକ ଦୁହିଁଙ୍କ ସମ୍ପର୍କରେ ରାଜି ନଥିଲେ। ତେଣୁ ଏହି ବିବାହ ହେବ ନାହିଁ ବୋଲି ଉଭୟ ଝିଅ ଓ ପୁଅ ଘରର ଲୋକମାନେ ରୋକଠୋକ ମନା କରି ଦେଇଥିଲେ। ଧୀରେଧୀରେ ଯୁବତୀ ବି ନିଜ ପ୍ରେମିକଠାରୁ ଦୂରେଇ ଗଲା। ଏହାର ରାଗ ରଖି ପ୍ରେମିକ ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି ଦେଇଛି।

ସୂଚନାଯୋଗ୍ୟ, ଅନେକ ଦିନ ହେବ ଯୁବକ ନିଜର ପ୍ରେମିକାକୁ ଧମକ ଦେଇ ଆସୁଥିଲା କି, ସେ ତାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରି ଦେବ। ଝିଅ ଘରଲୋକ ଭାବି ଥିଲେ କି ସେ ଏପରି କଥା କହି ଜୋର ଜବରଦସ୍ତ ବିବାହ କରିବାକୁ ଚାହୁଁଛି। ଯେତେବେଳେ ଯୁବତୀ ଘର ଲୋକ ଯେତେ ଯାହା ହେଲା ବି ବିବାହ ହୋଇପାରିବ ନାହିଁ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ ଓ ଯୁବତୀ ବି ଉକ୍ତ ଯୁବକର ଫୋନ୍‌ ଉଠାଇବା ବନ୍ଦ କରି ଦେଇଥିଲା। ଏହାର ରାଗରେ ଯୁବକ ଯୁବତୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ କରି ଦେଇଥିଲା। ଏହାର ଅଭିଯୋଗ ଯୁବତୀଙ୍କ ପରିବାର ଲୋକ ଥାନାରେ ଦେଇଛନ୍ତି। ପୁଲିସ ଉକ୍ତ ଯୁବକକୁ ଖୋଜିବା ପାଇଁ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର