ରାଜସ୍ଥାନରୁ ଆଇଏସ୍‌ଆଇ ଏଜେଣ୍ଟ୍‌ ଗିରଫ

ନୂଆଦିଲ୍ଲୀ:  ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଜଣେ ଦିଲ୍ଲୀ ଯୁବକଙ୍କୁ ଆଜି ଗିରଫ କରିଛି ରାଜସ୍ଥାନ ପୁଲିସ। ମହମ୍ମଦ ପରଭେଜ୍‌ ନାମକ ଏହି ବ୍ୟକ୍ତିଙ୍କୁ ପୂର୍ବରୁ ଦେଶ ବିରୋଧୀ କାର୍ଯ୍ୟ ପାଇଁ ଏନ୍‌ଆଇଏ ୨୦୧୭ରେ ଗିରଫ କରିଥିଲା। କିନ୍ତୁ ଆଜି ତାଙ୍କୁ ରାଜସ୍ଥାନ ପୁଲିସ ପୁଣିଥରେ ଗିରଫ କରିଛି। ୪୨ ବର୍ଷୀୟ ପରଭେଜ୍‌ ନକଲି ପରିଚୟ ଦ୍ବାରା ଭାରତୀୟ ବାୟୁସେନାର ସୈନିକମାନଙ୍କୁ ହନିଟ୍ରାପ୍‌ କରୁଥିଲା। ‌ସେମାନଙ୍କଠାରୁ ବିଭିନ୍ନ ବିଶ୍ବସନୀୟ ଏବଂ କୂଟନୈତିକ ଖବର ସଂଗ୍ରହ କରି ଏହାକୁ ଆଇଏସ୍‌ଆଇକୁ ଦେଉଥିଲା। ଆଇଏସ୍‌ଆଇଠାରୁ ପ୍ରତିମାସରେ ଟଙ୍କା ପାଇଁ ସେ ଏଭଳି କରୁଥିବା ଜଣାପଡ଼ିଛି। ପରଭେଜକୁ ଜେରା କରିବା ସମୟରେ ସେ ସ୍ବୀକାର କରିଛି ଯେ ଗତ ୧୮ ବର୍ଷ ଧରି ସେ ଆଇଏସ୍‌ଆଇ ଅଧିକାରୀଙ୍କ ସହ ଯୋଗଯୋଗ ରଖିଛି ଏବଂ ପାକିସ୍ତାନକୁ ଏହି ସମୟ ମଧ୍ୟରେ ୧୭ ଥର ଯାଇଛି।

ସମ୍ବନ୍ଧିତ ଖବର