Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଅନେକ ମହିଳାଙ୍କୁ ଏଡ୍‌ସ୍‌ ଆକ୍ରାନ୍ତ କରାଇଥିବା ଇତାଲୀୟ ବ୍ୟକ୍ତିଙ୍କୁ ୨୪ ବର୍ଷ କାରାଦଣ୍ଡ

0 1,354

ରୋମ୍‌: ନିଜେ ଏଚ୍‌ଆଇଭି ପଜିଟିଭ୍‌ ବୋଲି ଜାଣିଥିବା ସତ୍ତ୍ୱେ ଅସୁରକ୍ଷିତ ସଂସର୍ଗ ସ୍ଥାପନ କରି ୩୦ରୁ ଊର୍ଦ୍ଧ୍ୱ ନାରୀଙ୍କୁ ଏଚ୍‌ଆଇଭି ଭୂତାଣୁରେ ସଂକ୍ରମିତ କରିଥିବା ଜଣେ ଇତାଲୀୟ ବ୍ୟକ୍ତିଙ୍କୁ ଶୁକ୍ରବାର ଦିନ ୨୪ ବର୍ଷ ନିମନ୍ତେ କାରାଦଣ୍ଡାଦେଶ ହୋଇଛି।

ବୃତ୍ତିରେ ଆକାଉଣ୍ଟାଣ୍ଟ୍‌ ଥିବା ଭାଲେଣ୍ଟିନୋ ଟାଲୁଟୋ ନାମଧ୍ୟେୟ ୩୩ ବର୍ଷିୟ ବ୍ୟକ୍ତି ଜଣକ ନଭେମ୍ବର ୨୦୧୫ରେ ଗିରଫ ହେବା ପୂର୍ବରୁ ଏକ ଦଶନ୍ଧି ମଧ୍ୟରେ ସାମାଜିକ ଗଣମାଧ୍ୟମ ନେଟ୍‌ଓ୍ଵାର୍କ ଜରିଆରେ ଡଜନାଧିକ ନାରୀଙ୍କୁ ପ୍ରଲୁବ୍ଧ କରିଥିଲେ। ଏହି ସମୟ ଅବଧି ମଧ୍ୟରେ ସେ ଅନ୍ୟୂନ ୫୩ ଜଣ ନାରୀଙ୍କୁ ସଂସର୍ଗ କରି ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଶରୀରକୁ ଭୂତାଣୁ ସ୍ଥାନାନ୍ତର କରିଥିବା ପୁଲିସ ବିଶ୍ୱାସ କରୁଛି।

ପରେ ପରେ ଏହି ନାରୀମାନଙ୍କ ମଧ୍ୟରୁ ତିନି ଜଣଙ୍କର ପୁରୁଷ ଏହି ମାରାତ୍ମକ ବେମାରିରେ ଆକ୍ରାନ୍ତ ହୋଇଥିଲେ। ଚତୁର୍ଥ ନାରୀଙ୍କର ଆଠ ମାସିଆ ଶିଶୁ ମଧ୍ୟ ଏଡ୍‌ସ୍‌ କବଳରେ ପଡ଼ିଥିଲା।

କଣ୍ଡୋମ୍‌ ପିନ୍ଧିଲେ ଆଲର୍ଜି ହେଉଛି ଏବଂ ନିକଟରେ ଏଚ୍‌ଆଇଭି ଟେଷ୍ଟ୍‍ କରାଇଛି ବୋଲି ଟାଲୁଟୋ ବାହାନା କରୁଥିଲେ ବୋଲି ରୋମ୍‌ ବିଚାରାଳୟ ଶୁଣାଇଛି।

ଯାହା ଘଟିଛି ସେଥିପାଇଁ ସେ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ତାଙ୍କ କାର୍ଯ୍ୟକଳାପର ପରିଣତି ବିଷୟ ଦୃଦୟଙ୍ଗମ କରି ନାହାନ୍ତି।

ଏଚ୍‌ଆଇଭି ମହାମାରି ପ୍ରସାର କରାଇଥିବାରୁ ତାଙ୍କୁ ଯାବଜ୍ଜୀବନ କାରାଦଣ୍ଡ ମିଳୁ ବୋଲି ଅଦାଲତ୍‌ରେ ଓକିଲ ଯୁକ୍ତି ବାଢ଼ି ଥିଲେ। ସେ ସାଙ୍ଘାତିକ ଏବଂ ଦୁରାରୋଗ୍ୟ ଶାରୀରିକ କ୍ଷତି ଭୋଗୁଥିବାରୁ ଅଦାଲତ ଏହାକୁ ଖାରଜ କରିଥିଲେ।

ଟାଲୁଟୋଙ୍କୁ ଗିରଫ କରାଯିବା ପରେ ହିଁ ତାଙ୍କ ସହ ସମ୍ପୃକ୍ତ ଅଧିକାଂଶ ମହିଳା ପରୀକ୍ଷା କରାଇବା ପରେ ଏଡ୍‌ସ୍‌ରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ।

୧୯୮୦ରୁ ଆରମ୍ଭ ହେବା ପରେ ଏଚ୍‌ଆଇଭି/ଏଡ୍‌ସ୍‌ ଯୋଗୁଁ ବିଶ୍ୱବ୍ୟାପୀ ୩୫ ନିୟୁତ ଲୋକ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେଣି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 × 3 =