ମହିଳାଙ୍କ ଫଟୋ ଉଠାଇବା ମହଙ୍ଗା ପଡ଼ିଲା: ରାସ୍ତା ମଝିରେ ନିସ୍ତୁକ ମାଡ଼ ଖାଇଲେ ପୁଲିସ୍‌ ଅଧିକାରୀ

ଜମ୍ମୁ-କଶ୍ମୀର: ଜଣେ ଯୁବତୀଙ୍କ ଫଟୋ ଉଠାଉଥିବା ଅଭିଯୋଗରେ ଜମ୍ମୁ-କଶ୍ମୀରର ଜଣେ ପୁଲିସ୍‌ ଅଫିସର୍‌ଙ୍କୁ ରାସ୍ତା ମଝିରେ ନିସ୍ତୁକ ମାଡ଼ ମାରା ଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଲୋକେ ଏହି ପୁଲିସ୍‌ ଅଧିକାରୀ ଜଣଙ୍କୁ ଏକ ଚେୟାରରେ ବସାଇ ବାନ୍ଧି ଦେଇ ମାରୁଥିବା ଭିଡିଓଟିରେ ଦେଖିବାକୁ ମିଳିଛି। ଏହାଛଡ଼ା ସେହି ଭିଡ଼ିଓରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ପୁଲିସ୍‌ ଅଧିକାରୀ ଜଣଙ୍କୁ ମାଡ଼ ଉପରେ ମାଡ଼ ଦେଇ ଚାଲିଛନ୍ତି। ସୂଚନା ରହିଛି ଯେ ପୁଲିସ୍‌ ଅଧିକାରୀ ଜଣଙ୍କ ଉକ୍ତ ମହିଳାଙ୍କ ଫଟୋ ଛପି ଛପି ନେଉଥିବା ବେଳେ ମହିଳା ତାହା ଜାଣିପାରିଥିଲେ। ମହିଳା ଜଣକ ଏ ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର