ଏକାଦଶ ଶ୍ରେଣୀର ଛାତ୍ରୀ କ୍ଲାସ ରୁମରେ କରୁଥିଲେ ଏପରି କାମ, ଯାହାକୁ ଦେଖି ଉଡିଗଲା ଶିକ୍ଷକଙ୍କ ହୋସ୍‌ !

ଜଳନ୍ଧର: ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ କ୍ଳାସ ରୁମରେ ବସି ଏପରି କାମ କରୁଥିଲା ଯାହାକୁ ଦେଖି ଶିକ୍ଷକଙ୍କ ହୋସ ଉଡିଯାଇଥିଲା, ଏହା ପରେ ଛାତ୍ରୀଙ୍କର ଯାହା ହେଲା, ତାହା ଜାଣିଲେ ଦୁଃଖିତ ହେବେ।

ପଞ୍ଜାବର ଜଳନ୍ଧର ଥାନା ଅର୍ନ୍ତଗତ ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ହଠାତ୍‌ କ୍ଲାସ ରୁମରେ ଏପରି କାମ କରିବା ଆରମ୍ଭ କରିଥିଲେ ଯେ ପ୍ରଥମେ ତାଙ୍କ ପାଖରେ ବସିଥିବା ଛାତ୍ରଛାତ୍ରୀମାନେ କିଛି ବୁଝିପାରି ନଥିଲେ କି ସେ କ’ଣ କରୁଛନ୍ତି । ସେ ଆଶ୍ଚର୍ଯ୍ୟ କଲା ଭଳିି ଶବ୍ଦ କରୁଥିଲେ। ଏହାପରେ ସମସ୍ତେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ । ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ କ୍ଲାସ ରୁମ୍‌ରେ ଶିକ୍ଷକ ନଥିଲେ, ଛାତ୍ରଛାତ୍ରୀଙ୍କୁ ତାଙ୍କର ଏପରି କାମ ଉପରେ ସନ୍ଦେହ ହୋଇଥିଲା । ସେମାନେ ଏହି ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଲେ ପ୍ରଧାନ ଶିକ୍ଷକ କ୍ଲାସ ରୁମ୍‌କୁ ଆସି ଛାତ୍ରୀଙ୍କୁ ଯେଉଁ ଅବସ୍ଥାରେ ଦେଖିଲେ ତାଙ୍କ ହୋସ ଉଡିଗଲା । ଛାତ୍ରୀଙ୍କ ପାଖରେ ମଦ ବୋତଲ ଥୁଆ ହୋଇଛି ଓ ତାଙ୍କ ପାଟିରୁ ଭଣ ଭଣ ହୋଇ ମଦର ଦୁର୍ଗନ୍ଧ ବାହାରୁଛି ।

ପ୍ରଧାନ ଶିକ୍ଷକ ଛାତ୍ରୀଙ୍କ ଏହି କାର୍ଯ୍ୟକୁ ଦେଖି ତାଙ୍କ ପିତାମାତାଙ୍କୁ ଡାକି ତାଙ୍କ ଝିଅର କଳା କାରନାମା ବିଷୟରେ କହିଥିଲେ । ସୂଚନା ଅନୁସାରେ ଛାତ୍ରୀ ଜଣଙ୍କୁ ସ୍କୁଲରୁ ବିଦା କରି ଦିଆଯାଇଛି ଓ ସ୍କୁଲରୁ ନାମ କାଟି ଦିଆଯାଇଛି । ଏହି ବିଷୟରେ ଯେତେବେଳେ ପ୍ରଧାନ ଶିକ୍ଷକ ତାଙ୍କ ପିତାମାତାଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ସେମାନଙ୍କ ଉତ୍ତର ଶୁଣି ପ୍ରଧାନ ଶିକ୍ଷକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସୂଚନା ମୁତାବକ ଛାତ୍ରୀଙ୍କ ପିତା ଏକ ହୋଟେଲରେ େଓ୍ଵଟର ଭାବେ କାର୍ଯ୍ୟ କରନ୍ତି ଘରକୁ ଫେରିବା ବେଳେ ପାର୍ଟିରେ ବଳିଥିବା ମଦକୁ ସାଙ୍ଗରେ ଘରକୁ ନେଇ ଆସନ୍ତି। ତାଙ୍କ ଝିଅ ସେହି ମଦକୁ ସବୁଦିନ ଲୁଚାଇ ପିଏ । ଏହି ପରି ଭାବେ ଛାତ୍ରୀ ଜଣଙ୍କ ମଦ ପିଇବାରେ ଅଭ୍ୟସ୍ତ ହୋଇଯାଇଥିଲା । ଏହା ନିଶାରେ ପରିଣତ ହୋଇଯାଇଥିବାରୁ ସେ ସ୍କୁଲକୁ ମଦ ବୋତଲ ଆଣି କ୍ଲାସରେ ଶିକ୍ଷକ ନ ଥିବା ବେଳେ ପିଇଥିଲା।

ସମ୍ବନ୍ଧିତ ଖବର