ବିବାହ ପାଇଁ ପ୍ରତିଶ୍ରୁତି ଦେଇ ମନା କରିଦେଲା ବିବାହିତା ପ୍ରେମିକା, କ୍ରୋଧରେ ପାଗଳ ପ୍ରେମିକ ଦେଲା ଏଭଳି ଶାସ୍ତି

ଜଲନ୍ଧର : ଜଲନ୍ଧରରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଭାଙ୍ଗିବା ପ୍ରେମିକାକୁ ମହଙ୍ଗା ପଡ଼ିଛି । ପ୍ରେମିକ ବାରମ୍ବାର ବିବାହ କରିବା ପାଇଁ କହୁଥିବା ବେଳେ ମନା କରି ଚାଲି ଯାଇଥିଲା ପ୍ରେମିକା । ଯେଉଁଥି ପାଇଁ ରାଗରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏହା ସହ ବ୍ଲେଡ଼୍‍ ସାହାଯ୍ୟରେ ପ୍ରେମିକ ନିଜ ଶରୀରକୁ ମଧ୍ୟ କାଟି ଦେଇଥିବା ଜଣାପଡ଼ିଛି । ପ୍ରେମିକା ଜଣଙ୍କ ବିବାହିତା ବୋଲି ଜଣା ପଡ଼ିଥିବା ବେଳେ ଏହି ଘଟଣାରେ ପୀଡ଼ିତାଙ୍କ ୮୦ପ୍ରତିଶତ ଶରୀରର ଜଳି ଯାଇଛି । ଏ ନେଇ ଖବର ଦିଆଯିବା ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ପହଞ୍ଚାଇବା ସହ ବୟାନ ରେକର୍ଡ଼ କରିଥିଲା ପୁଲିସ । ବୟାନ ରେକର୍ଡ଼ ପରେ ପ୍ରେମିକ ଦୋଷୀ ବୋଲି ଜାଣି ଏ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

KCRG.com

ସୂଚନା ମୁତାବକ, ୬ ମାସ ପୂର୍ବରୁ ପୀଡ଼ିତା ନିଜ ସ୍ୱାମୀ ସଞ୍ଜୀବ କୁମାରଙ୍କ ସହ ଏକତା ନଗରରେ ଆସି ରହିଥିଲେ । ସଞ୍ଜୀବ ପରିବା ବିକାଳି ହୋଇଥିବା ବେଳେ ତାଙ୍କର ଦୁଇ ବର୍ଷର ଝିଅ ମଧ୍ୟ ଥିବା ସୂଚନା ମିଳିଛି। କିଛି ଦିନ ଏକତା ନଗରରେ ରହିବା ପରେ ପୀଡ଼ିତା ଅଟୋଚାଳକ ରାଜନଙ୍କୁ ମନ ଦେଇ ବସିଥିଲେ । ଏ ବିଷୟରେ ଜାଣି ପାରି ସଞ୍ଜୟ ପୀଡ଼ିତା ଏବଂ ଝିଅକୁ ନେଇ ଦକୋହା ଚାଲି ଯାଇଥିଲେ । ସେଠାକୁ ଯିବା ପରେ ମଧ୍ୟ ପୀଡ଼ିତା ରାଜନଙ୍କ ସହ ଫୋନରେ କଥା ହେବା ଜାରି ରଖିଥିଲେ । କିଛି ଦିନ କଥା ହେବା ପରେ ପ୍ରେମରେ ପାଗଳ ହୋଇ ପୀଡ଼ିତା ମାସେ ପୂର୍ବରୁ ସ୍ୱାମୀଙ୍କୁ ଛାଡ଼ି ଆସି ରାଜନଙ୍କ ପାଖରେ ରହିଥିଲେ । ମାସେ ରହିବା ପରେ ରାଜନ ପୀଡ଼ିତାଙ୍କୁ ବିବାହ କରିବା ପାଇଁ କହିଥିଲେ । ଯାହାକୁ ଶୁଣିବା ପରେ ପୀଡ଼ିତା ବିବାହ ପାଇଁ ମନା କରି ସେଠାରୁ ଚାଲି ଆସିଥିଲେ । ପୀଡ଼ିତାଙ୍କ ଏପରି ବ୍ୟବହାରରେ ରାଗିଯାଇ ରାଜନ ପୀଡ଼ିତା ରହୁଥିବା ଘରକୁ ଯାଇ ତାଙ୍କ ଉପରେ ପେଟ୍ରୋଲ ପକାଇ ଜାଳି ଦେଇଥିଲେ । ପୀଡ଼ିତା ନିଆଁରେ ଜଳୁଥିବା ବେଳେ ଅଭିଯୁକ୍ତ ପ୍ରେମିକ ବ୍ଲେଡ଼୍‍ରେ ନିଜ ପେଟକୁ କାଟିବା ଆରମ୍ଭ କରି ଦେଇଥିଲେ । ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଆସି ପୀଡ଼ିତାଙ୍କ ଦେହରେ ଲାଗିଥିବା ନିଆଁକୁ ଲିଭାଇବା ସହ ତାଙ୍କୁ ଡ଼ାକ୍ତରଖାନା ପହଞ୍ଚାଇଥିଲେ ।

ସମ୍ବନ୍ଧିତ ଖବର