ଚାରିତ୍ରିକ ଦୋଷ ସନ୍ଦେହରୁ ପତ୍ନୀଙ୍କ ଗୁପ୍ତାଙ୍ଗରେ ବିଜୁଳି ଆଘାତ ଦେଇ ହତ୍ୟା କଲେ ଯବାନ

ରାୟପୁର: ଚାରିତ୍ରିକ ଦୋଷ ଅଛି ବୋଲି ସନ୍ଦେହ କରି ବାଲୋଦାବଜାର-ଭାତପଡ଼ା ଜିଲ୍ଲା ଅନ୍ତର୍ଗତ ଛତିଶଗଡ଼ ସଶସ୍ତ୍ର ବାହିନୀର ଜଣେ ଯବାନ୍‌ ପତ୍ନୀଙ୍କ ଗୁପ୍ତାଙ୍ଗରେ ବିଜୁଳି ଆଘାତ ଦେଇ ହତ୍ୟା କରିଥିବା କଥା କୁହାଯାଉଛି ବୋଲି ପୁଲିସ ବୁଧବାର ଦିନ କହିଛି।

ଅଭିଯୁକ୍ତ ୩୩ ବର୍ଷିୟ ସୁରେଶ ମିରିଙ୍କୁ ମଙ୍ଗଳବାର ଦିନ ହାଜତକୁ ନେଇଛି ମୁଙ୍ଗେଲି ଜିଲ୍ଲା ଅନ୍ତର୍ଗତ ସରଗାଓଁ ପୁଲିସ। ୨୭ ବର୍ଷୀୟ ପତ୍ନୀ ଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ସେ ଉକ୍ତ ଥାନାକୁ ତାଙ୍କର ଶବ ନେଇ ଯାଇଥିବା କଥା ସରଗାଓଁ ଫାଣ୍ଡିର ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ପରସ ରାମ ଜଗତ ବୁଧବାର ଦିନ କହିଛନ୍ତି।

ପଚରା ଉଚୁରା ବେଳେ ଦାନ୍ତେଓ୍ଵାଡ଼ା ଜିଲ୍ଲାସ୍ଥିତ ସିଏଏଫ୍‌ର ୬ଷ୍ଠ ବାଟାଲିୟାନ୍‌ରେ ରୋଷେୟା କାମ କରୁଥିବା ମିରି ଲକ୍ଷ୍ମୀଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି। ସେ ପରକୀୟ ପ୍ରୀତିରେ ଲିପ୍ତ ଥିଲେ ବୋଲି ମିରିଙ୍କର ସନ୍ଦେହ ହୋଇଥିଲା।

ଦୁଇ ସନ୍ତାନଙ୍କ ସହ ଭାତପଡ଼ାସ୍ଥିତ ହାଉସିଂ ବୋର୍ଡ କଲୋନିରେ ରହୁଥିବା ଦମ୍ପତିଙ୍କର ମଙ୍ଗଳବାର ଅପରାହ୍ଣରେ ଭୀଷଣ କଜିଆ ହୋଇଥିଲା। ଲକ୍ଷ୍ମୀ ବାଥ୍‌ରୁମ୍‌ରେ କପଡ଼ା ସଫା କରୁଥିବା ବେଳେ ମିରି ଭିତରକୁ ଯାଇ ତାଙ୍କୁ ମାଡ଼ ଦେଇଥିଲେ। ସେ ଅଚେତ ହୋଇ ପଡ଼ିଲା ପରେ ମିରି ତାଙ୍କ ଗୁପ୍ତାଙ୍କରେ ଏକ ଧାତବ ତାର ପୂରାଇ ବିଜୁଳି ସଂଯୋଗ କରାଇବା ପରେ ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ତା’ପରେ ଲକ୍ଷ୍ମୀ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ମିରି ଶଶୁର ଘରକୁ ଖବର ଦେଇଥିଲେ। ତା’ପରେ ସେ ଏକ ଭ୍ୟାନ୍‌ ଭଡ଼ା କରି ସେଥିରେ ଲକ୍ଷ୍ମୀଙ୍କ ଶବ ନେଇ ପଡ଼ୋଶୀ ମୁଙ୍ଗେଲି ଜିଲ୍ଲାରେ ଥିବା ନିଜ ପୈତୃକ ଗାଁ ଖଜରିକୁ ନେଇଥିଲେ।

ଅସୁସ୍ଥତା ଯୋଗୁଁ ଲକ୍ଷ୍ମୀଙ୍କର ଦେହାନ୍ତ ହୋଇଛି ବୋଲି ସେ ଶଶୁରଘର ଲୋକଙ୍କୁ ମିରି କହିଥିଲେ। ଲକ୍ଷ୍ମୀଙ୍କ ଶବ ଦେଖିବା ପରେ ସେମାନେ ପୁଲିସରେ ଖବର ଦେଇଥିଲେ।

ଗାଁ’ରେ ପୁଲିସ ଦଳ ପହଞ୍ଚି ମିରିଙ୍କୁ ହାଜତକୁ ଆଣିଥିଲେ। ହତ୍ୟାକାଣ୍ଡ ଘଟିଥିବା ଘରଟିକୁ ମଧ୍ୟ ପୁଲିସ ସିଲ୍‌ କରିଛି।

ସମ୍ବନ୍ଧିତ ଖବର