ଛୁଟି କଟାଇବାକୁ ଆସିଥିବା ଯବାନଙ୍କ ଲଜ୍ଜାଜନକ କାମ, ମନ୍ଦିର ନେବା ବାହାନାରେ ନାବାଳିକାକୁ କଲେ ଦୁଷ୍କର୍ମ

ସିିମଲା: ହିମାଚଳ ପ୍ରଦେଶର ହମୀରପୁରରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ଏବେ ସମସ୍ତଙ୍କୁ ହତବାକ୍‌ କରିଛି । ଜଣେ ଦେଶଭକ୍ତ ହୋଇ ଦେଶକୁ ସୁରକ୍ଷା କରୁଥିବା ଯବାନ ଜଣେ ନାବାଳିକା ସହ ଦୁଷ୍କର୍ମ କିପରି କରି ପାରିବ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଊଙ୍କି ମାରିବା ଆରମ୍ଭ କରିଛି । ଅନ୍ର ପକ୍ଷରେ ଅଭିଯୁକ୍ତ ଯବାନଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି ନିଆଯାଇଥିବା ଜଣା ପଡ଼ିଛି ।

Free Press Journal

ସୂଚନା ମୁତାବକ, ଅଭିଯୁକ୍ତ ନିଜ ଘରକୁ ଛୁଟି କଟାଇବାକୁ ଆସିଥିବା ବେଳେ ପଡ଼ୋଶୀ ଘରେ ରହୁଥିବା ନାବାଳିକାକୁ ଦେଖି ତା’ ସହ କଥା ହେବା ଆରମ୍ଭ କରିଥିଲେ । ପରେ ଯବାନ ପୀଡ଼ିତାଙ୍କୁ ମନ୍ଦିର ନେବା ବାହାନାରେ ଏକ ହୋଟେଲକୁ ନେଇ ଦୁଷ୍କର୍ମ କରିବା ସହ କାହାକୁ ନ କହିବା ପାଇଁ କହିଥିଲେ । ସବୁ ସରିବା ପରେ ଯବାନ ପୀଡ଼ିତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲେ । କିନ୍ତୁ ପୀଡ଼ିତା ନ ଡ଼ରି ନିଜ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ । ଯାହା ପରେ ପରିବାର ଲୋକେ ହମୀରପୁର ପୁଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିବା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର