ବ୍ୟାଙ୍କରେ ବନ୍ଧାପଡ଼ିଥିବା କୋଟିଏରୁ ଊର୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଚୋରି

ଚେନ୍ନାଇ: ତାମିଲନାଡୁର ଏକ ବ୍ୟାଙ୍କରେ ବନ୍ଧା ପଡ଼ିଥିବା କୋଟିଏରୁ ଊର୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତମାନେ ଚୋରି କରି ନେଇଥିବା ଜଣାପଡ଼ିଛି। ଯଦିଓ ଏହି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କର ଅଧିକାରୀମାନେ ଲୋକଙ୍କୁ କେତେ ସୁନା ଅଳଙ୍କାର ଚୋରି ହୋଇ ଯାଇଛି ସେ ସମ୍ପର୍କରେ କିଛି ସୂଚନା ଦେଉ ନାର୍ହାଁନ୍ତି, ତଥାପି କୋଟି କୋଟି ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଇଥିବା ପୁଲିସ ସନ୍ଦେହ କରୁଛି।
ତାମିଲନାଡୁର ତିରୁଭଲ୍ଲର ଜିଲ୍ଲାର ସୀମାନ୍ତରେ ଥିବା ଏକ ପବ୍ଲିକ ସେକ୍ଟର ବ୍ୟାଙ୍କର ସେଫ ଡିପୋଜିଟ୍‌ ଲକରରେ ଥିବା କୋଟି କୋଟି ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଗତ ରବିବାର ରାତିରେ ଚୋରି ହୋଇଯାଇଛି। ଗତ ସୋମବାର ଦିନ ସକାଳେ ବ୍ୟାଙ୍କର କର୍ମଚାରୀମାନେ ବ୍ୟାଙ୍କକୁ ଆସିବା ପରେ ଏହି ଚୋରି ସମ୍ପର୍କରେ ଜଣାପଡ଼ଥିଳା। ଚୋରି ସମ୍ପର୍କରେ ସୂଚନା ପାଇ ପୁଲସ ଘଟଣାସ୍ଥଳରେ ପହଞ୍ଚିି ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟାଙ୍କରେ ସୁନା ବନ୍ଧା ପକାଇ ଋଣ ନେଇଥିବା ଗ୍ରାହକମାନେ ଏବେ ବ୍ୟାଙ୍କ ଉପରେ ଅଙ୍ଗୁଳି ଉଠାଇବା ଆରମ୍ଭ କରିଛନ୍ତି। ବ୍ୟାଙ୍କ ସେମାନଙ୍କୁ କିଛି ସୂଚନା ଦେଉ ନାହିଁ। ସେମାନଙ୍କ ସୁନା ଅଳଙ୍କାର ବ୍ୟାଙ୍କରେ ସୁରକ୍ଷିତ ଅଛି କିମ୍ବା ନାହିଁ ସେ ନେଇ ସେମାନେ ସନ୍ଦିହାନ ଅଛନ୍ତି ବୋଲି ଗ୍ରାହକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର