ନା ଭାଙ୍ଗିଥିଲା କବାଟ, ନା ଘରକୁ କିଏ ପଶିଥିଲା, ତଥାପି ଚୋରି ହୋଇଗଲା ୧୫ଲକ୍ଷ ଟଙ୍କା ଓ ୨୫ତୋଳା ସୁନା, ସିସିଟିଭି ଦେଖି ହତବାକ୍‌ ହୋଇଗଲେ ପରିବାର ଲୋକେ

ଜଳନ୍ଧର : ଜଲନ୍ଧରରେ ରହୁଥିବା ଜଣେ ହୋଲସେଲ୍‌ ବଡ଼ ବ୍ୟବସାୟୀଙ୍କ ଘରୁ ୧୫ଲକ୍ଷ ଟଙ୍କା ଏବଂ ୨୫ତୋଳା (୧ତୋଲା-୧୧.୩ଗ୍ରାମ୍‌)ସୁନା ଚୋରି ହୋଇଥିଲା । ଘରକୁ ଏତେ ସବୁ ଜିନିଷ ଚୋରି ହୋଇଥିଲେ ମଧ୍ୟ ଚୋରି ହେବାର କୌଣସି ଚିହ୍ନ ଘରେ ଦେଖିବାକୁ ମିଳି ନଥିଲା । ଘରର କବାଟ ଠିକ୍‌ ଥିବା ସହ ଘରକୁ କେହି ଆସି ନ ଥିବା ପୁଲିସକୁ ଜଣାଇଥିଲେ ପରିବାର ଲୋକେ । ସନ୍ଦେହରେ ପୁଲିସ ପଡ଼ିଶା ଘରେ ଲାଗିଥିବା ସିସିଟିଭି ଚେକ୍‌ କରିବା ପରେ ଅସଲ ଦୋଷୀ ସାମ୍ନାକୁ ଆସିଥିଲା । ଚୋର ଆଉ କେହି ନୁହେଁ ବରଂ ଘରର ବୋହୂ ବୋଲି ଜଣା ପଡ଼ିଥିଲା । ଘରର ବୋହୂକୁ ଏପରି କରୁଥିବା ଦେଖି ଶାଶୁ ଘର ଲୋକେ ହତବାକ୍‌ ହୋଇ ଯାଇଥିଲେ । ଅଭିଯୁକ୍ତ ମହିଳା ନିଜ ପ୍ରେମିକ ସହ ରହିବା ପାଇଁ ଏପରି କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୁଲିସ ।

Daily Times

ଗିରଫ ହେବା ପରେ ଅଭିଯୁକ୍ତ ମହିଳା ପୂରା ଘଟଣା ବିଷୟରେ ଜଣାଇଥିଲେ । ରାକେଶଙ୍କୁ ବିବାହ କରିବା ପୂର୍ବରୁ ମହିଳା ଫରିଦ୍‌କୋଟ୍‌ରେ ରହୁଥିବା ଲଖ୍‌ବୀର ସିଂହଙ୍କୁ ଭଲ ପାଉଥିଲେ । ଲଖ୍‌ବୀରଙ୍କ ସହ ତାଙ୍କର ବନ୍ଧୁତା ଫେସ୍‌ବୁକ୍‌ ଜରିଆରେ ହୋଇଥିଲା । ବିବାହ ପରେ ମଧ୍ୟ ଲଖ୍‌ବୀରଙ୍କ ସହ ପ୍ରେମ ସଂପର୍କ ରଖିଥିଲେ ମହିଳା । ପରେ ସେ ରାକେଶଙ୍କୁ ଛାଡ଼ି ଲଖ୍‌ବୀରଙ୍କ ସହ ଫେରାର ହେବାକୁ ଯୋଜନା କରିବା ସହ ଘରୁ ଚୋରି କରିବା କଥା ଚିନ୍ତା କରିଥିଲେ । କିନ୍ତୁ ତାଙ୍କର ସବୁ ଯୋଜନାରେ ସିସିଟିଭି ପାଇଁ ପାଣି ଫାଟି ଯାଇଥିଲା ।

ସମ୍ବନ୍ଧିତ ଖବର