ସଙ୍ଗରୋଧରେ ରହିବା ପାଇଁ କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲେ ୪ ଅଭିଯୁକ୍ତ

ଡାଲଟୋଗଞ୍ଜ: କରୋନା ଭୂତାଣୁକୁ ନେଇ ଲୋକଙ୍କୁ ସତର୍କ କରାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି | ବାହାର ରାଜ୍ୟରୁ ୪ଜଣ ଯୁବକ ଆସିଥିବାରୁ ସେମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ କହିଥିଲେ ପୀଡିତ | କିନ୍ତୁ ତାଙ୍କର ଏହି ପରାମର୍ଶ ତାଙ୍କର ଜୀବନ ନେଇଯିବ ବୋଲି ତାଙ୍କୁ ଜଣା ନଥିଲା | ତାଗିଦ କରିବାରୁ ରାଗରେ ୪ଜଣ ଅଭିଯୁକ୍ତ ୪୫ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ଜଣା ପଡିଛି | ନିକଟରେ ଏହି ଚାରି ଅଭିଯୁକ୍ତ ଅନ୍ୟ ରାଜ୍ୟରୁ ପାଲାମୁ ଜିଲ୍ଲାରେ ଥିବା ନିଜ ଗ୍ରାମକୁ ଫେରିଥିଲେ।

Image result for death
AI News

 

ସୂଚନା ମୁତାବକ, ବୁଧବାର ଦିନ ଏହି ଘଟଣା ଘଟିଥିଲା | ୪ଜଣ ଅଭିଯୁକ୍ତ ଅନ୍ୟ ରାଜ୍ୟରୁ ଫେରିଥିବା ଜାଣି ସେମାନଙ୍କୁ ଘରେ ଅଲଗା ରହିବାକୁ କହିଥିଲେ ପୀଡିତ କାଶୀ ସା। ଏ କଥା ଶୁଣି ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଯାଇଥିଲା | ପରେ ୪ଜଣ ଅଭିଯୁକ୍ତ ମିଶି ପୀଡିତଙ୍କୁ ଠେଙ୍ଗାରେ ପିଟିବା ଆରମ୍ଭ କରିଦେଇଥିଲେ | ଘଟଣା ପରେ ପୀଡ଼ିତଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା | ବର୍ତ୍ତମାନ ୪ଜଣ ଅଭିଯୁକ୍ତଙ୍କ ନାଁରେ ଏତଲା ଲେଖି ତଦନ୍ତ ଆରମ୍ଭ କରିଛି ପୁଲିସ |

ସମ୍ବନ୍ଧିତ ଖବର