ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳିବା ଘଟଣା: ସଂପୃକ୍ତ ୧୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍‌

0 209

ରାଞ୍ଚ : ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୁରୁବାର ଦିନ ଏକ ୧୬ ବର୍ଷର ନାବାଳିକା ସହିତ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ କିରୋସିନ ଢ଼ାଳି ଜଳାଇଥିବା ଘଟଣା ସମ୍ନାକୁ ଆସିଛି । ତେବେ ବର୍ତ୍ତମାନ ଘଟଣା ସମ୍ବନ୍ଧୀୟ ଏକ ମାମଲା ରୁଜୁ କରାଯିବା ସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଥାନୀୟ ପୁଲିସ ।
ପୁଲିସ ସୂଚନା ଅନୁଯାୟୀ , ଚତ୍ରା ଜିଲ୍ଲାର ଇଟଖୋରୀ ଥାନା ଅନ୍ତର୍ଗତ କେଦୁଆ ଗ୍ରାମରେ ଗୁରୁବାର ରାତିରେ ୧୪ ଜଣ ଅଭିଯୁକ୍ତ ଜଣେ ୧୬ ବର୍ଷର ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ଗ୍ରାମ ପଞ୍ଚାୟତ ଅଭିଯୁକ୍ତମାନଙ୍କୁ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କହିଥିଲେ । ଏହି କଥାରେ କ୍ରୋଧିତ ହୋଇ ଅଭିଯୁକ୍ତ ମାନେ ପୀଡ଼ିତା ନାବାଳିକାଙ୍କ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଏହା ଛଡ଼ା ସେଠାରେ ଉପସ୍ଥିତ ପୀଡ଼ିତାଙ୍କ ମା’ଙ୍କୁ ମଧ୍ୟ ମାରପିଟ କରିଥିଲେ । ପରେ ପୀଡ଼ିତା ପରିବାର ସ୍ଥାନୀୟ ପୁଲିସ ଠାରେ ଏକ ମାମଲା ରୁଜୁ କରିବା ସହ ଘଟଣା ସହ ସପୃକ୍ତ ଥିବା ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Newsheads

ଘଟଣାର ଗଭୀରତାକୁ ଦେଖି କେଦୁଆ ଗ୍ରାମରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାକୁ ନେଇ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦୁଃଖ ପ୍ରକାଶ କରିବା ସହ ସମାଜରେ ଏପରି କାଣ୍ଡ ଲଜ୍ଜାଜନକ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରସଶନକୁ ତୁରନ୍ତ ଘଟଣାର ତଦନ୍ତ କରିବା ପାଇଁ ଆଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.