ପୁଲିସ ଏନ୍‌କାଉଣ୍ଟର: ଝାଡ଼ଖଣ୍ଡର କୁଖ୍ୟାତ ଅପରାଧୀ ଭଞ୍ଜନଗରରେ ଆହତ

ସୁପାରୀ କିଲର ଭାବରେ କଣ୍ଟ୍ରାକ୍ଟରେ ଆସିଥିବା ଅନୁମାନ

ଭଞ୍ଜନଗର: ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର କୁଖ୍ୟାତ ଅପରାଧୀ ବବଲୁ ପାଶଓ୍ଵାନ ଶୁକ୍ରବାର ପୁଲିସ ଏନ୍‌କାଉଣ୍ଟରରେ ଗୁରୁତର ଆହତ ହୋଇଛି। ତାକୁ ଗୁରତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଭର୍ତ୍ତି କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଭଞ୍ଜନଗର-ଫୁଲବାଣୀ ରୋଡ଼ରେ ଥିବା ନିଧିଆପଲିରେ ଥିବା ବବଲୁକୁ ଧରିବା ପାଇଁ ପହଞ୍ଚିଥିଲା। ଏହି ସମୟରେ ବବଲୁ ପୁଲିସ ଉପରକୁ ଗୁଳି ଚଳାଇଥିଲା। ଫଳରେ ପୁଲିସ ମଧ୍ୟ ବବଲୁ ଉପରକୁ କାଉଣ୍ଟର କରିଥିଲା। ପୁଲିସର ଗୁଳିରେ ବବଲୁ ଗୁରୁତର ହେବା ପରେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ ଏକ ପିସ୍ତଲ, ବାଇକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଘଟଣାର ତଦନ୍ତ କରୁଛି। କୁହାଯାଉଛି ଯେ, ବବଲୁ ଭଞ୍ଜନଗର ଅଞ୍ଚଳର ଜଣେ ଅପରାଧୀକୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟରେ ଆସିଥିଲା। ପୁଲିସ ଏ ବାବଦରେ ସୂଚନା ପାଇଁ ଏନ୍‌କାଉଣ୍ଟର କରିଥିଲା। ସୂଚନାଯୋଗ୍ୟ ଝାଡ଼ଖଣ୍ଡର କୁଖ୍ୟାତ ଅପରାଧୀ ବବଲୁ ପାଶଓ୍ଵାନ ନାମରେ ୪୦ରୁ ଅଧିକ ହତ୍ୟା, ଲୁଟ, ଡକାୟତି ଆଦି ମାମଲା ରହିଛି।

ସମ୍ବନ୍ଧିତ ଖବର