ସଂପର୍କ ଭାଙ୍ଗିବା ସହ କଥା ହେବା ବନ୍ଦ କରି ଦେବାରୁ ଏସିଡ୍‍ ମାଡ କଲା ସମଲିଙ୍ଗୀ ପ୍ରେମିକା

ଫିରୋଜାବାଦ୍‌ : ତିନି ଦିନ ପୂର୍ବରୁ ଉତ୍ତରପ୍ରଦେଶରେ ପିରୋଜାବାଦ୍‌ ଜିଲ୍ଲାରେ ଜଣେ ଯୁବତୀଙ୍କୁ ହୋଇଥିବା ଏସିଡ୍‌ ମାଡ଼ ଘଟଣାର ମୁଖ୍ୟ ଅରୋପୀକୁ ଗିରଫ କରିଛି ପୁଲିସ । ରବିବାର ପୁଲିସ ପୀଡ଼ିତାଙ୍କ ସମଲିଙ୍ଗୀ ପ୍ରେମିକାକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଏସିଡ୍‌ ମାଡ଼ର ଶିକାର ହୋଇଥିବା ପୀଡ଼ିତାଙ୍କ ଅବସ୍ଥା ଏବେ ଗୁରୁତର ଥିବା ସହ ତାଙ୍କ ଛାତି ଓ ହାତ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

EenaduIndia.com

ସୂଚନା ମୁତାବକ, ଗୁରୁବାର ରାତି ୨.୩୦ ସମୟରେ ପୀଡ଼ିତା ଘରର ଛାତ ଉପରେ ଶୋଇଥିବା ସମୟରେ ତାଙ୍କ ସମଲିଙ୍ଗୀ ପ୍ରେମିକା ତାଙ୍କ ଉପରକୁ ଏସିଡ଼୍‍ ମାଡ଼ କରିଥିଲେ । ଏହା ପରେ ତାଙ୍କର ଚିକିତ୍ସା ପାଇଁ ତାଙ୍କୁ ଆଗ୍ରାର ଏକ ଡ଼ାକ୍ତରଖାନା ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ପ୍ରଥମେ ଏ ନେଇ ପୁଲିସ ପୀଡ଼ିତାଙ୍କ ଜଣେ ସାଙ୍ଗଙ୍କୁ ଗିରଫ କରିଥିବା ବେଳେ ପରେ ଏହି ଘଟଣା ପଛରେ ପୀଡ଼ିତାଙ୍କ ସମଲିଙ୍ଗୀ ପ୍ରେମିକାଙ୍କ ହାତଥିବା ଜାଣିଥିଲା ପୁଲିସ । ଅଭିଯୁକ୍ତ ପ୍ରେମିକା ପୀଡ଼ିତାଙ୍କ ଘର ମାଲିକର ଝିଅ ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । କିନ୍ତୁ ଦୁଇ ମାସ ପୂର୍ବରୁ ପୀଡ଼ିତା ସବୁ ସଂପର୍କ ଭାଙ୍ଗି ଦେବାରୁ ରାଗରେ ଅଭିଯୁକ୍ତ ପ୍ରେମିକା ଏପରି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର