ହଷ୍ଟେଲକୁ ଫେରିବା ବାଟରେ କ୍ୟାବ୍‌ ଚାଳକ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ଜେଏନ୍‌ୟୁ ଛାତ୍ରୀ

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ୨୧ବର୍ଷୀୟା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ଘଟଣାଟି ଶୁକ୍ରବାର ଘଟିଥିବା ବେଳେ ପୀଡ଼ିତା ହଷ୍ଟେଲକୁ ଫେରିବା ବାଟରେ ତାଙ୍କ ସହ ଏଭଳି ଘଟିଥିଲା । ତାଙ୍କୁ ହଷ୍ଟେଲକୁ ନେଇ ଆସୁଥିବା କ୍ୟାବ୍‌ ଚାଳକ ଏଭଳି ଅପରାଧ କରିଥିବା ବେଳେ ପୁଲିସ ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

Delhi JNU student rape
timesnownews.com

ସୂଚନା ମୁତାବକ, ପୀଡ଼ିତା ଶୁକ୍ରବାର ସାଙ୍ଗମାନଙ୍କ ସହ ପାର୍ଟି କରିବାକୁ ଯାଇଥିବା ବେଳେ କ୍ୟାବ୍‌ ଯୋଗେ ହଷ୍ଟେଲକୁ ଫେରିଥିଲେ । ବାଟରେ ଚାଳକଜଣଙ୍କ କିଛି ପିଇବାକୁ ଦେବା ପରେ ସେ ଅଚେତ ହୋଇ ଯାଇଥିଲେ । ଯାହା ପରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ସହ ଆଇଆଇଟି ଦିଲ୍ଲୀ ପାଖରେ ଥିବା ଏକ ପାର୍କରେ ଫିଙ୍ଗି ଦେଇଥିଲେ । ଶନିବାର ସକାଳ ସମୟରେ ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଦେଖି ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ପରୀକ୍ଷା ପରେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଯାହା ପରେ ସେ ପୁଲିସ ଓ ବିଶ୍ୱବିଦ୍ୟାଳୟକୁ ଖବର ଦେଇଥିଲେ । ପୁଲିସ ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିବା ବେଳେ ପୀଡ଼ିତା କୌଣସି ଆପ୍‌ ଜରିଆରେ କ୍ୟାବ୍‌ ବୁକ୍‌ କରିଥିଲେ ବା କୌଣସି ଟ୍ୟାକ୍ସି ସର୍ଭିସରୁ ଟ୍ୟାକ୍ସି ବୁକ୍‌ କରିଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।

ସମ୍ବନ୍ଧିତ ଖବର