ରାଗିବାରୁ ଇନ୍‌ଷ୍ଟାଗ୍ରାମ୍‌ରେ ନକଲି ଆକାଉଣ୍ଟ କରି ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଛାଡ଼ିଲେ ଛାତ୍ରୀ

ଜୋଧପୁର : ରାଜସ୍ଥାନର ଯୋଧପୁର ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀ ଯାହା କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସାମାନ୍ୟ କାରଣରୁ ଛାତ୍ରୀ ଜଣଙ୍କ କରିଥିବା ଅପରାଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶିକ୍ଷୟିତ୍ରୀ ଛାତ୍ରୀକୁ ରାଗିବାରୁ ପ୍ରତିଶୋଧ ନେବା ପାଇଁ ଇନ୍‌ଷ୍ଟାରେ ପୀଡ଼ିତାଙ୍କ ନକଲି ଆକାଉଣ୍ଟ ତିଆରି କରି ଅଶ୍ଲୀଳ ଫଟୋ ସେୟାର କରିଥିଲେ । ଏହା ସହ ପୀଡ଼ିତାଙ୍କ ଅଶ୍ଲୀଳ ଫଟୋରେ ଅଶ୍ଲୀଳ କମେଣ୍ଟ ମଧ୍ୟ ଲେଖି ଦେଇଥିଲେ । ପୀଡ଼ିତାଙ୍କ ସଂପର୍କୀୟମାନେ ଏ ବିଷୟରେ ପୀଡ଼ିତାଙ୍କୁ ଜଣାଇବା ପରେ ସେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ଛାତ୍ରୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Daily Times

ସୂଚନା ମୁତାବକ, ପୀଡ଼ିତା ସ୍କୁଲରେ ପଢ଼ାଉଥିବା ସମୟରେ ଛାତ୍ରୀ ହେଲିଙ୍କୁ କୌଣସି କଥାକୁ ନେଇ ରାଗିଥିଲେ । ଯାହା ତାଙ୍କ ମନରେ ରହି ଯାଇଥିଲା । ପ୍ରତିଶୋଧ ନେବା ପାଇଁ ହେଲି ମନସ୍ଥ କରିଥିବା ବେଳେ ପୀଡ଼ିତା ସ୍କୁଲ ଛାଡ଼ିି ଅନ୍ୟ ସ୍କୁଲକୁ ଚାଲି ଯାଇଥିଲେ । ଏହା ପରେ ସେ ନିଜର ଦୁଇ ବନ୍ଧୁଙ୍କ ସହାୟତାରେ ତାଙ୍କର ନକଲି ଆକାଉଣ୍ଟ କରି ଅଶ୍ଲୀଳ ଫଟୋ ଛାଡ଼ିବା ଆରମ୍ଭ କରିଥିଲେ । ପୁଲିସର ସାଇବର ସେଲ୍‌କୁ ଏ ନେଇ ତଦନ୍ତ ନିର୍ଦ୍ଦେଶକ ଦିଆଯିବା ପରେ ନକଲି ଆକାଉଣ୍ଟ ଏବଂ ଅଶ୍ଳୀଳ ଫଟୋ ଆଡ଼ା ବଜାର ପାଖରୁ କରାଯାଉଛି ବୋଲି ସାମ୍ନାକୁ ଆସିଥିଲା । ପୁଲିସ ଗଭୀରକୁ ଯାଇ ତଦନ୍ତ କରିବା ପରେ ପୀଡ଼ିତାଙ୍କ ଛାତ୍ରୀ ହେଲି ସେହି ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲେ । ସନ୍ଦେହରେ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରାଯିବା ପରେ ସେ ସବୁ ସତ ମାନି ନେଇଥିଲେ ।

ସମ୍ବନ୍ଧିତ ଖବର