ୟୁପିରେ ସାମ୍ବାଦିକଙ୍କ ସହ ଭାଇଙ୍କୁ ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହରନପୁରରେ ଜଣେ ସାମ୍ବାଦିକଙ୍କ ସମେତ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି। ଶାହରନପୁରର ମାଧୋନଗର ଅଞ୍ଚଳରେ ରବିବାର ଏହି କାଣ୍ଡ ଘଟିଛି। ମୃତ ସାମ୍ବାଦିକ ଜଣକ ହେଲେ ଆଶିଷ ଏବଂ ସେ ଏକ ଦୈନିକ ହିନ୍ଦୀ ସମ୍ବାଦପତ୍ର ପାଇଁ କାର୍ଯ୍ୟ କରୁଥିଲେ। ଅନ୍ୟ ମୃତକ ଜଣକ ହେଲେ ସାମ୍ବାଦିକଙ୍କ ଭାଇ ଆଶୁତୋଷ। ସିଟି ଏସପି ବିନିତ୍ ଭଟନାଗର କହିଛନ୍ତି, ଦୁଇ ପରିବାର ସାମ୍ନାସାମ୍ନି ରହୁଥିଲେ। ଗୋବର ଫିଙ୍ଗିବା ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ କଳି ହୋଇଥିଲା। ଏହାର କିଛିସମୟ ପରେ ସେମାନେ ବାଡ଼ିରେ ବାଡ଼ିଆପିଟା ହୋଇଥିଲେ। ପ୍ରତିପକ୍ଷ ପରିବାରର କୌଣସି ସଦସ୍ୟଙ୍କ ମାଡ଼ରେ ସେମାନଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର