ଦୁଇ ଯୁବକଙ୍କ ଉପରେ ଦୁଷ୍କର୍ମର ଆରୋପ ଲଗାଇଲେ ପୀଡ଼ିତା, ନ୍ୟାୟ ଦେବା ପରିବର୍ତ୍ତେ ଏଭଳି କହି ଅଭିଯୁକ୍ତକୁ ଜାମିନ୍‌ ଦେଲେ ବିଚାରପତି

ନୂଆଦିଲ୍ଲୀ : ଇଟାଲୀରେ କିଛି ବର୍ଷ ତଳେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ । ନ୍ୟାୟ ଭିକ୍ଷା କରିବା ପରେ, ତାଙ୍କୁ ଯେଉଁ ନ୍ୟାୟ ମିଳିଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଷ୍କର୍ମର ଅଭିଯୋଗ କରିବା ପରେ ଅଦାଲତ ନ୍ୟାୟ ଦେବା ପରିବର୍ତ୍ତେ ଦୁଇ ଅଭିଯୁକ୍ତଙ୍କୁ ଜାମିନ୍‌ ଦେଇ ଦେଇଥିଲେ । ଜାମିନ୍‌ ଦେବାକୁ ଯାଇ ୩ଜଣ ମହିଳା ବିଚାରପତି ପୀଡ଼ିତାଙ୍କ ଉପରେ ଯେଉଁ ଟିପ୍ପଣୀ ଦେଇଥିଲେ ତାହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । କଡ଼ା ବିରୋଧ କରାଯିବା ପରେ ସୁପ୍ରିମ କୋର୍ଟ ମାମଲାର ପୁନଃ ଶୁଣାଣି ପାଇଁ ଆଦେଶ ଦେଇଥିବା ଜଣା ପଡ଼ିଛି ।

TheJournal.ie

ସୂଚନା ମୁତାବକ, ୨୦୧୫ରେ ପେରୁରେ ରହୁଥିବା ପୀଡ଼ିତା ଇଟାଲୀ ବୁଲି ଯାଇଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ନିଶା ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାର ଅଭିଯୋଗ ପୀଡ଼ିତା କରିବା ପରେ ୨୦୧୬ରେ ମାମଲାକୁ ନେଇ ଶୁଣାଣି କରାଯାଇଥିଲା । ୩ଜଣ ମହିଳା ବିଚାରପତି, ପୀଡ଼ିତାଙ୍କ ଶରୀର ପୁରୁଷଙ୍କ ଭଳି । ତାଙ୍କୁ ଦେଖି ତାଙ୍କ ସହ କେହି ଦୁଷ୍କର୍ମ କରି ପାରିବେ ନାହିଁ ବୋଲି ଟିପ୍ପଣୀ ଦେଇ ଦୁଇ ଅଭିଯୁକ୍ତକୁ ଜାମିନ୍‌ ଦେଇଥିଲେ । ଏହି ଖବର ପ୍ରଚାର ହେବା ପରେ ଲୋକମାନେ ବିଚାରପତିଙ୍କ ରାୟକୁ ବିରୋଧ କରିବା ଆରମ୍ଭ କରି ଦେଇଥିଲେ । ଦିନ ବିତି ଚାଲିଥିଲେ ମଧ୍ୟ ନ୍ୟାୟ ନ ମିଳିବାରୁ ପୀଡ଼ିତା ପେରୁ ଫେରି ଯାଇଥିଲେ । ଅନ୍ୟ ପକ୍ଷରେ, ପୀଡ଼ିତାଙ୍କ ଓକିଲ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବା ପରେ ଏହି ମାମଲାର ପୁନଃ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର