୮ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କଲା ୧୨ ବର୍ଷୀୟ ନାବାଳକ

ସିଓ୍ଵାନ: ସାରା ଦେଶରେ ପ୍ରତିଦିନ ହେଉଥିବା ନାବାଳିକା ଦୁଷ୍କର୍ମ ଘଟଣା ରୋକିବା ପାଇଁ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାର କିଛି ଫଳାଫଳ ମିଳି ପାରି ନାହିଁ । କଠୁଆ ଦୁଷ୍କର୍ମ ପରେ ଏବେ ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଜଣେ ୧୨ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ବିବାହରର ସିଓ୍ଵାନ ଜିଲ୍ଲାରେ ଘଟିଥିବା ବେଳେ ପୁଲିସକୁ ଏତଲା ଦିଆଯିବା ପରେ ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା ବୋଲି ଜଣାପଡ଼ିଛି ।

News18.com

ସୂଚନା ମୁତାବକ, ଶନିବାର ପୀଡ଼ିତା ଘରେ ଏକା ଥିବା ବେଳେ ସନ୍ଧ୍ୟା ୮ଟା ସମୟରେ ଅଭିଯୁକ୍ତ ଜଣକ ତାଙ୍କ ଘରକୁ ଯାଇଥିଲେ । ପୀଡ଼ିତା ଦେଖିପାରୁ ନ ଥିବାରୁ ଅଭିଯୁକ୍ତ ଲୁଚି କରି ତାଙ୍କ ଘରେ ପ୍ରବେଶ କରିବା ପରେ ପୀଡ଼ିତାଙ୍କ ପାଟିରେ କପଡ଼ା ବାନ୍ଧି ଘରୁ ନେଇ ଯିବା ସହ ଏକ ନିକାଞ୍ଚନ ସ୍ଥାନରେ ତାଙ୍କ ସହ ଦୁଷ୍କର୍ମ କରିଥିଲା । କିଛି ସମୟ ପରେ ସେ ପୀଡ଼ିତାଙ୍କୁ ତାଙ୍କ ଘରେ ଆଣି ଛାଡ଼ି ଦେଇଥିଲା । ଘର ଲୋକ ପହଞ୍ଚିବା ପରେ ପୀଡ଼ିତାଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ସଦର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରୀ ପରୀକ୍ଷା ପରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ସ୍ପଷ୍ଟ ହେବାରୁ ପରିବାର ଲୋକେ ମହିଳା ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଏତଲା ପାଇବା ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର