ମହିଳାଙ୍କୁ ଖାଇବାକୁ ଡ଼ାକି ନେଇ ଲୁହା ରଡ଼ରେ ପିଟିବା ସହ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

କର୍‌ନାଲ : ହରିୟାଣାର କର୍‌ନାଲରେ ଜଣେ ୫୪ବର୍ଷୀୟା ମହିଳା ୮ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଖବର ମିଳିଛି । ଅଭିଯୁକ୍ତମାନେ ମିଛ କହି ଏଭଳି ଅପରାଧ କରିଥିବା ବେଳେ ପୀଡ଼ିତା ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁଷ୍କର୍ମକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଲୁହା ରଡ଼ରେ ମଧ୍ୟ ମାଡ଼ ମାରିଥିଲେ ବୋଲି କହିଛି ପୁଲିସ ।

Related image
isha.sadhguru.org

ସୂଚନା ମୁତାବକ, ଉତ୍ତରପ୍ରଦେଶରେ ରହୁଥିବା ମହିଳାଜଣଙ୍କ କର୍‌ନାଲ ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ଆସି ତାଙ୍କ ସହ ଖାଇବା ପାଇଁ କହିଥିଲେ । ଅନେକ ବାଧ୍ୟ କରିବା ପରେ ପୀଡ଼ିତା ରାଜି ହେବାରୁ ଅଭିଯୁକ୍ତ ତାଙ୍କୁ ରେଳ ଷ୍ଟେସନ ପାଖରେ ଥିବା ଏକ ଫ୍ୟାକ୍ଟ୍ରିକୁ ଡ଼ାକି ନେଇଥିଲେ । ସେଠାରେ ପହଞ୍ଚିବା ପରେ ପୂର୍ବରୁ ଉପସ୍ଥିତ ଥିବା ଅନ୍ୟ ୭ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଘେରିଯିବା ସହ ଦୁଷ୍କର୍ମ କରିଥିଲେ । ପ୍ରଥମେ ପୀଡ଼ିତା ଏହାକୁ ବିରୋଧ କରି ପାଟି କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଲୁହା ରଡ଼ରେ ମାଡ଼ ମାରିଥିବା ଜଣାପଡ଼ିଛି । ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ଅଚେତ ଅବସ୍ଥାରେ ଅଭିଯୁକ୍ତମାନେ ଛାଡ଼ି ଚାଲି ଯାଇଥିବା ବେଳେ ଚେତା ଫେରି ପାଇଁ ପୁଲିସକୁ ଫୋନ କରିଥିଲେ ପୀଡ଼ିତା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା କହିଛନ୍ତି ଡାକ୍ତର ।

ସମ୍ବନ୍ଧିତ ଖବର