ବାରମ୍ବାର ଗଣଦୁଷ୍କର୍ମର ଶିକାର ହେବା ପରେ ଗର୍ଭବତୀ ହେଲା ନାବାଳିକା, ଅପରାଧରେ ସାମିଲ ଥିଲେ ପଞ୍ଚାୟତର ସଦସ୍ୟ

ମାଙ୍ଗାଲୁରୁ : ଦୁଷ୍କର୍ମ ଶବ୍ଦ ଏବେ ଅତି ସାଧାରଣ ହୋଇ ଗଲାଣି । ପ୍ରତିଦିନ ଦେଶର ପ୍ରତିଟି କୋଣରେ ମହିଳା ବା ଶିଶୁ ଦୁଷ୍କର୍ମର ଶିକାର ହେଉଛନ୍ତି । କିଛି ମାମଲା ସାମ୍ନାକୁ ଆସୁଥିବା ବେଳେ କିଛି ଦବି ରହି ଯାଉଛି । ଏଇ କିଛି ଦିନ ମଧ୍ୟରେ ୧୮ବର୍ଷରୁ କମ ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଥିବା ନେଇ ଖବର ମିଳୁଥିବା ବେଳେ ଏବେ ପୁଣି କର୍ଣ୍ଣାଟକରେ ସେଭଳି ଘଟଣା ଘଟିଛି । ଜଣେ ନାବାଳିକା ୫ଜଣ ଅଭିଯୁକ୍ତ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମେ ପୀଡ଼ିତା କାହାକୁ କିିଛି ଜଣାଇ ନଥିଲେ ମଧ୍ୟ ୬ମାସର ଗର୍ଭବତୀ ହେବା ପରେ ଘଟଣାଟି ସମସ୍ତଙ୍କ ସାମ୍ନାକୁ ଏବେ ଆସି ଯାଇଛି । ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିବା ପରେ ୫ଜଣଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ୫ଜଣଙ୍କ ମଧ୍ୟରେ ଜଣେ ପଞ୍ଚାୟତର ସଦସ୍ୟ ଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ଘରେ କେହି ନଥିବା ବେଳେ ଅଭିଯୁକ୍ତମାନେ ଏଭଳି କାଣ୍ଡ କରୁଥିଲେ । ପୀଡ଼ିତାଙ୍କୁ ଡ଼ରାଇ ଧମକାଇ ତାଙ୍କ ସହ ଦୁଷ୍କର୍ମ କରୁଥିଲେ । ଅନେକ ସମୟରେ ଘର ବାହାରକୁ ଡ଼ାକି ମଧ୍ୟ ଜନଶୂନ୍ୟ ସ୍ଥାନରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରୁଥିଲେ ଅଭିଯୁକ୍ତ । ମାତା-ପିତାଙ୍କୁ ହତ୍ୟା କରିବାର ଧମକ ଦେଉଥିବାରୁ ପୀଡ଼ିତା ଚୁପ୍‌ ରହିଥିଲେ । କିନ୍ତୁ ଗର୍ଭବତୀ ହେବା ପରେ ପୂରା ଘଟଣା ଏବେ ସାମ୍ନାକୁ ଆସି ଯାଇଛି ।

ସମ୍ବନ୍ଧିତ ଖବର