ପ୍ରେମିକ ଆଗରେ ପ୍ରେମିକାକୁ ଗାଡ଼ିରୁ ଟାଣି ନେଇ ଦୁଷ୍କର୍ମ କଲେ ୪ ଯୁବକ

ବେଙ୍ଗାଲୁରୁ : କର୍ଣ୍ଣାଟକର ମଇସୁରରେ ଜଣେ ଯୁବତୀକୁ ତା’ର ପ୍ରେମିକ ଆଗରେ ଦୁଷ୍କର୍ମ କରାଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପୀଡ଼ିତା ଏବଂ ତାଙ୍କ ପ୍ରେମିକ ବାଇକ୍‌ରେ ଫେରୁଥିବା ସମୟରେ ୪ଜଣ ଅଭିଯୁକ୍ତ ତାଙ୍କୁ ଅଟକାଇବା ସହ ପୀଡ଼ିତାଙ୍କୁ ଟାଣି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପୀଡ଼ିତାଙ୍କ ପ୍ରେମିକ ଏପରି କରିବା ପାଇଁ ଅଟକାଇବାରୁ ଅଭିଯୁକ୍ତମାନେ ତାଙ୍କୁ ପଥରରେ ଆକ୍ରମଣ କରିଥିଲେ ବୋଲି ଜଣା ପଡ଼ିଛି । ଏହି ଘଟଣା ପରେ ଦୁହିଁଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାଟି ବୁଧବାର ରାତି ୧୦ଟା ସମୟରେ ଘଟିଥିଲା । ଏହା ସହ ଘଟଣାଟି ସାମ୍ନାକୁ ଆସିବା ପରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ୮ଅଧିକାରୀ ବିଶିଷ୍ଟ ଏକ ଟିମ୍‌ ତିଆରି କରାଯାଇଥିବା କହିଛି ପୁଲିସ ।

oneindia.com

ତେବେ ଏ ମଧ୍ୟରେ ରାଜସ୍ଥାନରେ ଦୁଇଟି ଗଣଦୁଷ୍କର୍ମ ହୋଇ ସାରିଥିବା ଜଣା ପଡ଼ିଛି । ଅଲଓ୍ଵରରେ ସ୍ୱାମୀ ଆଗରେ ସ୍ତ୍ରୀ ସହ ଗଣଦୁଷ୍କର୍ମ କରାଯାଇଥିବା ବେଳେ ନଗୌରରେ ଜଣେ ମହିଳା ଦୁଇ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଖବର ସାମ୍ନାକୁ ଆସି ସାରିଛି ।

ସମ୍ବନ୍ଧିତ ଖବର