କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପମାନସୂଚକ ପୋଷ୍ଟ ଦେଇ ଫେସ୍‌ବୁକ୍‌ ବ୍ୟବହାରକାରୀ ପ୍ରଶାନ୍ତ ପୂଜାରୀ ଗିରଫ

ମେଙ୍ଗାଲୁର: ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଅପମାନସୂଚକ ପୋଷ୍ଟ୍‍ କରିଥିବା ଅଭିଯୋଗରେ କର୍ଣ୍ଣାଟକ ପୁଲିସ୍‌ର ସେଣ୍ଟ୍ରାଲ୍‌ କ୍ରାଇମ୍‌ ବ୍ରାଞ୍ଚ୍‌ ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କୁ ଶୁକ୍ରବାର ଗିରଫ କରିଛି। ସିସିବି ଗିରଫ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି କୁଦ୍‌ଲାର ୨୪ ବର୍ଷିଅ ପ୍ରଶାନ୍ତ ପୂଜାରୀ।

କିଛିଦିନ ତଳେ ପ୍ରଶାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରି ଏକ ଅପମାନସୂଚନ ପୋଷ୍ଟ୍‍ ଫେସ୍‌ବୁକ୍‌ରେ କରିଥିଲେ। ଫେସ୍‌ବୁକରେ ହୋଇଥିବା ପୋଷ୍ଟ୍‍ଟିରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଆଡ଼େ ଆଙ୍ଗୁଠି ଦେଖାଇ ଇଙ୍ଗିତ କରି କହୁଛନ୍ତି ଯେ ‘ଇଏ କିଏ?’

ଏହି ପୋଷ୍ଟ୍‍ ଦେଖିବା ପରେ ମୁଖ୍ୟମନ୍ତ୍ରୀଙ୍କର ଜଣେ ପ୍ରଶଂସକ ପ୍ରତିକ୍ରିୟା ପ୍ରକାଶ କରିଥିବା ଜାଣିବାକୁ ମିଳିଛି।

ଏହାବ୍ୟତୀତ ପ୍ରଶାନ୍ତଙ୍କ ଫେସ୍‌ବୁକ୍‌ ପେଜ୍‌ ‘କୁଡ୍‌ଲା ଟ୍ରୋଲ୍‌ସ’ରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୂର୍ବରୁ ଗୁଡ଼ାଏ ଆପତ୍ତିଜନକ ପୋଷ୍ଟ୍‍ କରିଥିଲେ।

ପୋଷ୍ଟଗୁଡ଼ିକ ରାଜନୈତିକକୈନ୍ଦ୍ରିକ ବୋଲି ପୁଲିସ୍‌ ସୂଚନା ଦେଇଛି। ବଜେଟ୍‌ ଘୋଷଣା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବହୁ ଆପତ୍ତିଜନକ ପୋଷ୍ଟ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର