ଆଠବର୍ଷର ନାବାଳିକା ସହ ହୋଇଥିବା ଦୁଷ୍କର୍ମର କରୁଣ କାହାଣୀ!

ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲାରେ ଗତ ଜାନୁଆରୀ ମାସରେ ୮ ବର୍ଷର ଝିଅ ସହ ହୋଇଥିବା ଦୁଷ୍କର୍ମ ମାମଲାରେ ଗତକାଲି ପୋଲିସ ୮ଜଣ ଅଭିଯୁକ୍ତଙ୍କ ବିରୋଧରେ ୧୫ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି। ଏହି ଚାର୍ଜସିଟରେ ଦୁଷ୍କର୍ମ ଏବଂ ହତ୍ୟା କରିବା ଷଡଯନ୍ତ୍ରର ମୁଖ୍ୟ ଅଭିଯୁକ୍ତ ଭାବେ ପୂର୍ବ ରାଜସ୍ୱ ଅଧିକାରୀ ୬୦ ବର୍ଷୀୟ ସଞ୍ଜୀ ରାମଙ୍କୁ ଦର୍ଶାଯାଇଛି। ସଞ୍ଜୀ ରାମ ହିଁ ଏହି ଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ପାଇଁ କହିଥିଲେ। ସେପଟେ ମୃତ ପୀଡିତାଙ୍କ ଓକିଲଙ୍କୁ ଜୀବନରୁ ମାରିଦିଆଯିବା ନେଇ ଧମକ ମିଳୁଛି । ମୃତ ପୀଡିତାଙ୍କ ଓଳିଲଙ୍କ କହିବା କଥା ଏହି ମାମଲାକୁ ଦବେଇଦେବା ପାଇଁ ଏଭଳି ଧମକ ଦିଆଯାଉଛି।

ସୂଚନା ଅନୁଯାୟୀ, ଗତ ୧୨ ଜାନୁଆରୀରେ ମହମ୍ମଦଙ୍କର ନାବାଳିକା ଝିଅ ନିଖୋଜ ହୋଇଯାଇଥିଲେ। ଏହି ମାମଲାରେ ନିଖୋଜ ହୋଇଥିବା ଝିଅର ବାପା ପୋଲିସକୁ ଜଣାଇଥିଲେ। ତାଙ୍କ ଝିଅ ଅସିଫା ଜଙ୍ଗଲକୁ ଘୋଡା ଚରାଇବାକୁ ନେଇ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ଜଙ୍ଗଲରୁ ହିଁ ନିଖୋଜ ହୋଇଯାଇଥିଲେ। ଆଉ ଏହା ପରେ ଜାନୁଆରୀ ୧୭ ତାରିଖରେ ନିଖୋଜ ହୋଇଯାଇଥିବା ଝିଅର ଶବ ଜଙ୍ଗଲରୁ ମିଳିଥିଲା। ଏହି ମାମଲାରେ ପୋଲିସ ଜଣେ ୧୫ବର୍ଷର ନାବାଳକକୁ ହେପାଜତରେ ନେଇଥିଲା। ପରେ ମାର୍ଚ୍ଚ ୨୦ତାରିଖରେ ପୋଲିସ ଆଗରେ ପୂର୍ବ ରାଜସ୍ୱ ଅଧିକାରୀ ସଞ୍ଜୀ ରାମ ସମର୍ପଣ କରିଥିଲେ। ଆଉ ଏହା ମଧ୍ୟରେ ପୋଲିସ ଅଧିକାରୀ ଦୀପକ ଖଜୁରୀୟା, ହେଡ କନେଷ୍ଟବଳ ତିଲକ ରାଜ, ସୁରିନ୍ଦର କୁମାର, ଏବଂ ସବ ଇନ୍‌ସପେକ୍ଟର ପ୍ରବେଶ କୁମାରଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି ।

Photo by : asianage.com

ଚାର୍ଜସିଟ ଅନୁସାରେ, ଏହି ପୁରା ଘଟଣାର ଷଡଯନ୍ତ୍ର ସଞ୍ଜୀ ରାମ ହିଁ ରଚିଥିଲେ। ସେ ପୀଡିତାର ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା କରିବାର ଯୋଜନା ପ୍ରସ୍ତୁତ କରିଥିଲା। ଏହି ଷଡଯନ୍ତ୍ରରେ ସେ ଜଣେ ପୋଲିସ ଅଧିକାରୀ ଏବଂ ଜଣେ ନାବାଳିକାଙ୍କୁ ମଧ୍ୟ ସାମିଲ କରିଥିଲା। ସେ ନିଜ ପୁତୁରା ଦୀପକର ସହାୟତାରେ ଏହି ଅପହରଣ କରିଥିଲା।ଏହା ପରେ ପୀଡିତାଙ୍କ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା କରିଥିଲା।

ଚାର୍ଜସିଟରେ ଆହୁରି କୁହାଯାଇଛି ଯେ, ଯେତେବେଳେ ସଞ୍ଜୀ ରାମ କହିଥିଲେ ଯେ ଏବେ ଝିଅଟିକୁ ହତ୍ୟା କରି ତାକୁ ଠିକଣାରେ ପହଞ୍ଚାଇ ଦେବାକୁ ପଡିବ, ସେତେବେଳେ ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ପୋଲିସ ଅଧିକାରୀ ଖଜୁରୀୟା କହିଥିଲେ ଯେ, ‘ଅପେକ୍ଷା କର ତାକୁ ଏବେ ମାରନି, ମୁଁ ବି ବଳାତ୍କାର କରିବି’। ସମସ୍ତେ ଏହି ୮ ବର୍ଷର ନାବାଳିକାଙ୍କ ସହ ୭ ଦିନ ଧରି ଦୁଷ୍କର୍ମ କରିଥିଲେ। ଆଉ ଏହା ପରେ ପୀଡିତା ନାବାଳିକାକୁ ହତ୍ୟା କରିଥିଲେ। ଅଭିଯୁକ୍ତମାନେ ପୀଡିତାର ମୁଣ୍ଡରେ ପଥରଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ପୀଡିତା ନାବାଳିକାର ମୃତ ଶରୀରକୁ ଜଙ୍ଗଲରେ ଫୋପାଡି ଦେଇଥିଲେ। ଚାର୍ଜସିଟ ଅନୁସାରେ ମାମଲାର ତଦନ୍ତ କରୁଥିବା ପୋଲିସ ଟିମ୍‌ ମୃତ ନାବାଳିକା ପୀଡିତାଙ୍କ ମାଙ୍କ ଠାରୁ ପୀଡିତାଙ୍କୁ ବଞ୍ଚାଇବା ପାଇଁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ।

ସମ୍ବନ୍ଧିତ ଖବର