ଚାକିରି ପାଇଁ ଯୁବତୀ ଆସିଥିଲେ କେନିଆରୁ ଭାରତ , ଜାଣନ୍ତୁ ଏଠାରେ କ’ଣ ହେଲା

ନୂଆଦିଲ୍ଲୀ : ଫରିଦାବାଦ୍‌ରେ ଜଣେ ବିଦେଶୀ ଯୁବତୀଙ୍କ ସହ ଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କେନିଆର ଜଣେ ଯୁବତୀଙ୍କୁ ଚାକିରି ହେବା ଲାଗି ଡକାଯାଇଥିଲା ଓ ତା’ପରେ ସହିତ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ଜଣକ ହେଲେ ନାଇଜେରିଆର ଜଣେ ଯୁବକ। ପୀଡ଼ିତା ଜଣକ ଗୁରୁଗ୍ରାମ ଥାନାରେ ଏହି ଘଟଣା ସଂପର୍କରେ ଏତଲା ଦେଇଥିଲେ।

ପୁଲିସର ସୂଚନା ଅନୁଯାୟୀ ଜଣେ ମହିଳାଙ୍କ ସହିତ ପୀଡ଼ିତାଙ୍କର ଫେସ୍‌ବୁକ୍‌ ଜରିଆରେ ବନ୍ଧୁତା ହୋଇଥିଲା। ପୀଡ଼ିତାଙ୍କୁ ଉକ୍ତ ମହିଳା ଚାକିରି ଦେବା ପାଇଁ ଫରିଦାବାଦ୍‌ ଡକାଇଥିଲେ। ତା’ପରେ ମହିଳାଜଣକ ତାଙ୍କଠାରୁ ପାସପୋର୍ଟ ଛଡ଼ାଇ ନେଇଥିଲେ। ତା’ ପରେ ସେଠାରେ ଥିବା ନାଇଜେରିଆର ଜଣେ ଯୁବକ ତାଙ୍କ ସହିତ ଦୁଷ୍କର୍ମ କରିଥିଲା। ପୀଡ଼ିତା ସେଠାରୁ ପଳାଇ ଆସି ଗୁରୁଗ୍ରାମରେ ଥିବା ନିଜ ସାଙ୍ଗକୁ କହିଥିଲେ। ତାପରେ ଥାନାରେ ଏତଲା ଦେଇଥିଲେ। ଫରିଦାବାଦ ପୁଲିସ ଆଇ ପି ସି ଧାରା ୩୭୬,୫୦୬,୧୨୦ ବି,୪୦୬ ଓ ୩୪ ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ନାଇଜେରିଆର ଯୁବକ ଫେରାର୍‌ ହୋଇଯାଇଛି। ପୁଲିସ ତାକୁ ଖୋଜୁଛି।

ସମ୍ବନ୍ଧିତ ଖବର