ପଦବିକୁ ବିବାଦ ହେତୁ ଚର୍ଚ୍ଚ ଫାଦରଙ୍କୁ ହତ୍ୟା କଲେ ପୂର୍ବ କର୍ମଚାରୀ

ଏର୍ଣ୍ଣାକୁଲମ : ପଦବି ପାଇବା ଲାଳସା ଜଣଙ୍କୁ ହତ୍ୟାକାରୀ ହେବାକୁ ବାଧ୍ୟ କରିଛି । ପଦବି ନ ମିଳିବାରୁ ଚର୍ଚ୍ଚର ଫାଦରଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାଟି ଘଟିଛି କେରଳରେ । କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଜଣେ ଚର୍ଚ୍ଚର ପୂର୍ବ କର୍ମଚାରୀଙ୍କୁ ତାଙ୍କର ପଦବିରୁ ହଟାଇ ଦିଆଯିବାରୁ ସେ ଏପରି କରିଥିବା ଜଣା ପଡ଼ିଛି । ଏ ନେଇ ପୁଲିସକୁ ସୂଚନା ଦିଆ ଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ । ହତ୍ୟାକାରୀ ଫେରାର ଥିବା ସୂଚନା ମିଳିଛି ।

Live Law

ସୂଚନା ମୁତାବକ, କୌଣସି କାରଣରୁ ଚର୍ଚ୍ଚରେ ଅଭିଯୁକ୍ତଙ୍କର ଥିବା ପଦବିକୁ ଛଡ଼ାଇ ନିଆ ଯାଇଥିଲା । ଏହା ସହ ଆଉ ଜଣେ ନୂଆ ସଦସ୍ୟଙ୍କୁ ସେହି ପଦବିରେ ରଖିବା ପାଇଁ ଚର୍ଚ୍ଚପ୍ରଶାସନ ନିଷ୍ପତ୍ତି ନେବା ସହ ତାଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ଅଦେଶ ଦିଆ ଯାଇଥିଲା । କିନ୍ତୁ ଅଭିଯୁକ୍ତ ଜଣଙ୍କ ଚର୍ଚ୍ଚର ଫାଦରଙ୍କ ଏହି ନିଷ୍ପତ୍ତିିରେ ଖୁସି ନଥିବାରୁ ସେ ଏପରି କାହିଁକି କଲେ ବୋଲି ପଚାରିଥିଲେ । ଏ ନେଇ ଦୁଇ ଜଣଙ୍କ ମଧ୍ୟ ଝଗଡ଼ା ବଢ଼ିଯିବାରୁ ଅଭିଯୁକ୍ତ ଜଣଙ୍କ ଫାଦରଙ୍କର ହତ୍ୟା କରିଥିଲେ । ଅନ୍ୟ ପକ୍ଷରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର