ଘରକୁ ଫେରୁଥିବା ସମୟରେ ମହିଳା ପୁଲିସକର୍ମୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ଅଭିଯୁକ୍ତ
ଅଲାପ୍ପୁଝା : କେରଳ ଅଲାପ୍ପୁଝାରେ ଜଣେ ମହିଳା ପୁଲିସକର୍ମୀଙ୍କୁ ଜିଅନ୍ତା ଜାଳି ଦିଆଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଶନିବାର ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି କରିବା ପଛର କାରଣ ସାମ୍ନାକୁ ଆସି ନଥିବା ବେଳେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ନେଇଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମୃତ ପୁଲିସକର୍ମୀ ସୌମ୍ୟା ନିଜ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ନିଜ କାର୍ରେ ଆସି ପୀଡ଼ିତାଙ୍କୁ ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ପେଟ୍ରୋଲ ଢ଼ାଳି ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ଅଭିଯୁକ୍ତ ମଧ୍ୟ ଆହତ ହୋଇଥିବା ସାମ୍ନାକୁ ଆସିଛି । ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଅଭିଯୁକ୍ତକୁ ଡ଼ାକ୍ତରଖାନା ପଠାଇଥିଲା । ପରେ ସେଠାରୁ ତାକୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଏଭଳି ପଦକ୍ଷେପ ନେବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।