ବିପଥଗାମୀ ଜୀବନଶୈଳୀ ପାଇଁ ଆପତ୍ତି କରିବାରୁ ବାପା-ମା’ ଓ ଏବଂ ଦୁଇ ଝିଅଙ୍କୁ ହତ୍ୟା କଲେ ମହିଳା

କନ୍ନୁର : ମଙ୍ଗଳବାର ରାତିରେ କେରଳର କନ୍ନୁରଠାରେ ନିଜ ପିତାମାତା ଏବଂ ସନ୍ତାନକୁ ହତ୍ୟା କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି । ସୂଚନା ମୁତାବକ ୩୪ ବର୍ଷିୟ ସୌମ୍ୟାଙ୍କୁ ପୁଲିସ ୧୧ ଘଣ୍ଟା ଧରି ଜେରା କରିବା ପରେ ସେ ତାଙ୍କର ଦୋଷ ସ୍ୱୀକାର କରିଥିଲେ। ଆସନ୍ତୁ ଜାଣିବା କ’ଣ ରହିଥିଲା ସଂପୂର୍ଣ୍ଣ ଘଟଣା ।

ପୁଲିସ ସୂଚନା ଅନୁଯାୟୀ , ସୌମ୍ୟାଙ୍କ ବିପଥଗାମୀ ଜୀବନଶୈଳୀ ପାଇଁ ତାଙ୍କର ପିତାମାତା ଏବଂ ଦୁଇ ଝିଅ ଆପତ୍ତି କରିଥିଲେ । ଏଥିପାଇଁ ସୌମ୍ୟା ତାଙ୍କର ୭୬ ବର୍ଷିୟ ପିତା କୁହ୍ନିକାନ ଏବଂ ୬୮ ବର୍ଷିୟ ମାତା କମଲାଙ୍କ ସହ ତାଙ୍କର ୮ ବର୍ଷର ଝିଅ ଐଶ୍ୱର୍ଯ୍ୟାକୁ ତିନି ମାସ ମଧ୍ୟରେ ହତ୍ୟା କରିଥିଲେ। ତାଙ୍କର ଅନ୍ୟ ଜଣେ ଝିଅର ୨୦୧୨ ମସିହାରେ ମୃତ୍ୟୁ ହୋଇଥିଲା । ପରିବାରର ୪ ଜଣ ସଦସ୍ୟଙ୍କର ମୃତ୍ୟୁର ଲକ୍ଷଣ ସମାନ ରହିଥିଲା । ସେମାନଙ୍କର ଅତ୍ୟଧିକ ଥର ବାନ୍ତି ହୋଇଥିବା ଯୋଗୁଁ ମୃତ୍ୟୁ ଘଟିଥିଲା।

indianexpress.com

ତେବେ ସୌମ୍ୟାଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ମୃତ୍ୟୁ ଜାନୁଆରୀରେ ହୋଇଥିବା ବେଳେ ବିନା କୌଣସି ପୋଷ୍ଟମୋଟର୍ମରେ ଘର ବଗିଚାରେ ତାଙ୍କ ଶରୀରକୁ ପୋତା ଯାଇଥିଲା । ଯାହା ପଡ଼ୋଶୀ ଏବଂ ସଂପର୍କୀୟମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ଏବଂ ସେମାନେ ମରଶରୀରକୁ ମାଟିରୁ ବାହାର କରିବା ସହ ତାହାକୁ ପୋଷ୍ଟମୋଟର୍ମ କରିବାକୁ ପଠାଇଥିଲେ । ପୋଷ୍ଟମୋଟର୍ମରେ ତାଙ୍କ ଶରୀରରେ ଆଲୁମିନିୟମ ଫସଫରଟେ ମିଳିଥିଲା ଯାହାକୁ କେମିକାଲ ପରୀକ୍ଷଣ ପାଇଁ ପଠାଯାଇଥିଲା । ଏହି ଘଟଣା ପରେ ସୌମ୍ୟାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ମଙ୍ଗଳବାର ଦିନ ତାଙ୍କୁ ପୁଲିସ ଜେରା କରିଥିଲା । ପ୍ରାୟ ୧୧ ଘଣ୍ଟାର ପଚାରଉଚରା ପରେ ସେ ତାଙ୍କର ଦୋଷ ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର