ହରର ମଧ୍ୟାହ୍ନ ଭୋଜନ: ଖିଚିଡି ସହିତ ପିଲାଙ୍କୁ ସାପ ପରଶା ଯାଇଥିଲା

ମୁମ୍ବାଇ: ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ମିଡଡେ ମିଲ୍‌ରେ ଖିଚିଡି ପରଶା ଯାଇଥିଲା। ଏହି ଖିଚିଡିରେ ସାପ ବାହାରିବା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ସୂଚନାଯୋଗ୍ୟ, ଏହି ଘଟଣା ଗୁରୁବାର ଜିଲ୍ଲା ପରିଷଦ ପ୍ରାଇମେରୀ ସ୍କୁଲରେ ପିଲାମାନଙ୍କୁ ମାଧ୍ୟାହ୍ନ ଭୋଜନ ପରଶିବା ସମୟରେ ସାମ୍ନାକୁ ଆସିଥିଲା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ୮୦ରୁ ଅଧିକ ପିଲା ପାଠ ପଢ଼ନ୍ତି। ଏହି ସ୍କୁଲ ନାନ୍ଦେଡରୁ ୫୦କିମି ଦୂରରେ ଅବସ୍ଥିତ। ସ୍କୁଲ କର୍ମଚାରୀ ଯେମିତି ହିଁ ମାଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଖିଚିଡି ପରଶି ଥିଲେ, ଖିଚିିଡି ଥିବା ପାତ୍ରରେ ସାପ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖି ପିଲାଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ଏହି ଘଟଣା ସମ୍ପର୍କରେ ନନ୍ଦେଡ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ ଦିଗରାସ୍କର କହନ୍ତି, ଖିଚିଡି ଥିବା ପାତ୍ରରେ ସାପ ଦେଖିବା ପରେ ଭୋଜନ ପରଶିବା ତତ୍‌କ୍ଷଣାତ ବନ୍ଦ କରି ଦିଆଯାଇଥିଲା। ଫଳରେ ପିଲା ଭୋକରେ ରହିଥିଲେ। ଏହି ମାମଲାକୁ ଗମ୍ଭୀରତା ସହ ନିଆଯାଇ ଯାଞ୍ଚ ଆଦେଶ ଦିଆଯାଇଛି। ଡିଇଓରୁ ଏକ ଟିମ୍‌ ଆଜି ଯାଞ୍ଚ ପାଇଁ ସ୍କୁଲକୁ ଯାଇଛନ୍ତି। ରିପୋର୍ଟ ମିଳିବା ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର