ନାବାଳିକାକୁ ଅପହରଣ, ଦମ୍ପତିଙ୍କ ସମେତ ୩ ଗିରଫ

ଭୁବନେଶ୍ୱର: ନାବାଳିକାକୁ ଅପହରଣ ଅଭିଯୋଗରେ ଆଜି ମଞ୍ଚେଶ୍ୱର ଥାନା ପୁଲିସ ଏକ ଦମ୍ପତିକୁ ଗିରଫ କରିଛି। ସେମାନେ ହେଲେ ପାଣ୍ଡରା କିମ୍ଭିରିଆ ବସ୍ତିର ଅଶୋକ ପଟ୍ଟନାୟକ (୫୦) ଓ ସବିତା ପଟ୍ଟନାୟକ (୪୫)। ମିଳିଥିବା ସୂଚନାନୁଯାୟୀ କିମ୍ଭିରିଆ ବସ୍ତିରେ ରହୁଥିବା ଜଣେ ନାବାଳିକାକୁ ସତ୍ୟବାନ ସ୍ୱାଇଁ ନାମକ ଜଣେ ଯୁବକ ଅପହରଣ କରିନେଇଥିଲେ। ଅପହରଣ କରିବାରେ ସତ୍ୟବାନଙ୍କୁ ତାଙ୍କ ମଉସା ଅଶୋକ ଓ ସବିତା ସହଯୋଗ କରିଥିଲେ। ଏନେଇ ନାବାଳିକଙ୍କ ମା’ ଥାନାରେ ଅଭିଯୋଗ କରିବାରୁ ପୁଲିିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଅଶୋକ ଓ ସବିତାଙ୍କୁ ଗିରଫ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସତ୍ୟବାନକୁ ପୁଲିସ ଆଜି ଗିରଫ କରିଛି। ବୁଧବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ମଞ୍ଚେଶ୍ୱର ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ କିଛିମାସ ପୂର୍ବେ ସତ୍ୟବାନ ନାବାଳିକାଙ୍କୁ ଅପହରଣ କରିନେଇଥିଲା। ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିବାରୁ ପୁଲିସ ସତ୍ୟବାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେସେ ଜାମିନରେ ଆସି ପୁଣି ଥରେ ନାବାଳିକାଙ୍କୁ ଅପହରଣ କରି ନେଇଥିଲା।

ସମ୍ବନ୍ଧିତ ଖବର