ନାବାଳିକା ଉଦ୍ଧାର, ଟ୍ୟୁସନ୍‌ ଶିକ୍ଷକ ଗିରଫ

ପୁରୁଣା ଭୁବନେଶ୍ୱର,: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଏୟାରପୋର୍ଟ ଥାନା ପୁଲିସ ଜଣେ ଟ୍ୟୁସନ୍‌ ସାର୍‌ଙ୍କୁ ଗିରଫ କରିଛି। ସେ ହେଲେ, ଟଙ୍କପାଣି ରୋଡ୍‌ରେ ରହୁଥିବା ସଂଜୀବ କୁମାର ସାହୁ(୩୩)। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍‌ଣରେ ତାଙ୍କ ଝିଅ ଟ୍ୟୁସନ୍‌ ଯାଇ ଘରକୁ ଫେରି ନଥିଲା। ପରିବାରଲୋକେ ନାବାଳିକାର ସାଙ୍ଗଙ୍କଠାରୁ ଆରମ୍ଭ କରି ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରିଥିଲେ ହେଁ ତାଙ୍କର ପତ୍ତା ମିଳିନଥିଲା। ପରେ ନାବାଳିକାଙ୍କ ବାପା ଏୟାରପୋର୍ଟ ଥାନାରେ ଅପହରଣ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର