ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ମୁଣ୍ଡା ବସ୍ତି ଅଞ୍ଚଳରୁ ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିବା ଅଭି‌ଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ଗିରଫ ଯୁବକଜଣଙ୍କ ହେଲା, ମୁନା ନୟକ(୨୭)। ମାସକ ତଳେ ନାବାଳିକାଜଣଙ୍କ ସ୍କୁଲ୍‌ ଯାଉଥିବା ବେଳେ ମୁନା ତାକୁ ଏକ କାର୍‌ରେ ଭର୍ତି କରି ନୟାଗଡ଼ ନେଇ ଯାଇଥିଲା। ଏନେଇ ପରିବାର ଲୋକ ଥାନ‌ାରେ ଅଭିଯୋଗ କରିଥିଲେ। ପୁଲିସ ମୁନାର ମୋବାଇଲ୍ ଟ୍ରାକ୍ କରି ଆଜି ତାକୁ ନୟାଗଡ଼ରୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର