କଟକରୁ ଅପହୃତ ବରମୁଣ୍ଡାରୁ ଉଦ୍ଧାର, ଅପହର୍ତ୍ତା ଗିରଫ

ଖଣ୍ଡଗିରି : ଗତ ବୁଧବାର କଟକରୁ ଅପହରଣ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଖଣ୍ଡଗିରି ଥାନା ପୁଲିସ୍‌ ଆଜି ବରମୁଣ୍ଡାରୁ ଉଦ୍ଧାର କରିବା ସହ ଅପହର୍ତ୍ତା ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଜଣଙ୍କ ହେଲେ, ନୂଆପଲ୍ଲୀ ବ୍ରିଟ୍‌ କଲୋନିର ଶୁଭମ୍‌ ସ୍ବାଇଁ(୨୨) ଓ ଅପହୃତ ବ୍ୟକ୍ତି ହେଲେ କଟକ ସୁଭଦ୍ରାପୁରର ସୋମନାଥ ବାରିକ।

ସୂଚନାନୁସାରେ, ସୋମନାଥ ଜଗତପୁରସ୍ଥିତ ଏକ ସିମେଣ୍ଟ କାରଖାନାରେ କାମ କରନ୍ତି। ଗତ ସପ୍ତାହରେ ଉକ୍ତ କମ୍ପାନିରୁ ଚୋରି ହୋଇଥିଲା ଓ ଏ ନେଇ କମ୍ପାନି କର୍ତ୍ତୃପକ୍ଷ ଜଗତପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଚୋରଙ୍କୁ ଠାବ କରିବା ପାଇଁ ଉଦ୍ୟମ କରୁଥିବା ବେଳେ କମ୍ପାନି କର୍ତ୍ତୃପକ୍ଷଙ୍କ ସନ୍ଦେହ ସୋମନାଥ ଉପରେ ଘନୀଭୂତ ହୋଇଥିଲା। ତେଣୁ କର୍ତ୍ତୃପକ୍ଷଙ୍କ ସମ୍ପର୍କୀୟ ଶୁଭମ୍‌ ଗତ ବୁଧବାର ସନ୍ଧ୍ୟାରେ ସୋମନାଥକୁ କଟକରୁ ଉଠାଇ ଆଣି ବରମୁଣ୍ଡା ହାଉସିଂବୋର୍ଡ କଲୋନିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଅଟକ ରଖିଥିଲେ। ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମରା ଯାଉଥିଲା ଓ ଚୋରି ବାବଦରେ ସୂଚନା ଦେବାକୁ ଜୋର୍‌ କରାଯାଉଥିଲା। ତେବେ ଏ ସଂପର୍କରେ ଖବର ପାଇ ସୋମନାଥଙ୍କ ସ୍ତ୍ରୀ ବବିତା ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର