କାନପୁରରେ କିଡନି ରାକେଟ୍‌ ସକ୍ରିୟ, ଦିଲ୍ଲୀରେ ଚଢାଉ

ନୂଆଦିଲ୍ଲୀ: କାନପୁରରେ ଏକ କିଡନି ରାକେଟ୍‌ର ଖୁଲାସା ହୋଇଛି। କାନପୁରରେ କିଡନି ରାକେଟ୍‌ ସଂପର୍କରେ ସୁରାକ୍‌ ପାଇବା ପରେ ଦିଲ୍ଲୀ ପୁଲିସ ସକ୍ରିୟ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କାନପୁରରେ କେତେକ ହସ୍ପିଟାଲରେ କିଡନି ରାକେଟ୍‌ ଚାଲିଛି।ଏହି ରାକେଟ୍‌ର ସଦସ୍ୟମାନେ ନୂଆଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ କିଡନି ବିକି ମାଲାମାଲ ହେଉଛନ୍ତି। ସେମାନେ କିଡନିକୁ ୫୦ରୁ ୮୦ ଲକ୍ଷ ଟଙ୍କାରେ ବିକ୍ରି କରୁଥିବାର ଅଭିଯୋଗ ଆସିବାପରେ ଏହି ଚଢାଉ କରାଯାଇଥଲା ।

ଏହି ମାମଲାରେ ଦିଲ୍ଲୀରୁ କିଛି ଲୋକଙ୍କୁ ଗିରଫ କରିଛି କାନପୁର ପୁଲିସ। ପୁଲିସ ସୂତ୍ରରୁ ଜଣାଯାଇଛି ଯେ, ଆଗାମୀ ସମୟରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମଧ୍ୟ ଏଭଳି ଚଢଉ କରାଯିବ। କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ଏବେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଚଢଉ କରାଯାଇଛି। ତେବେ କିଡନି ରାକେଟ୍‌ ସଂପର୍କରେ ଅଧିକ ତଦନ୍ତ ଚଳାଇଛନ୍ତି ଉଭୟ କାନପୁର ପୁଲିସ ଓ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ। ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ତଦନ୍ତ ସରିବା ପରେ ରାକେଟ୍‌ ସଂପର୍କରେ ସମସ୍ତ ତଥ୍ୟ ସାର୍ବଜନୀନ କରାଯିବ।

ସମ୍ବନ୍ଧିତ ଖବର