ଲାଞ୍ଚ ନେବାକୁ ମନା କରିବାରୁ ଅଧିକାରୀଙ୍କୁ ହତ୍ୟା କଲି: କଶୌଲି ହୋଟେଲ୍‌ବାଲା

ନୂଆଦିଲ୍ଲୀ: ସହକାରୀ ଟାଉନ୍‌ ପ୍ଲାନର୍‌ ଶୈଳ ବାଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବିଜୟ ସିଂହଙ୍କୁ ଗୁରୁବାର ଦିନ ଦିଲ୍ଲୀ ଓ ହିମାଚଳ ପ୍ରଦେଶର ଏକ ପୁଲିସ ଦଳ ଉତ୍ତର ପ୍ରଦେଶର ମଥୁରାରୁ ଗିରଫ କରିଛି। ମଙ୍ଗଳବାର ଦିନ କଶୌଲି ଅନ୍ତର୍ଗତ ମାଣ୍ଡୋ ମାତକନ୍ଦା ଅଞ୍ଚଳର ବେଆଇନ ଜବରଦଖଲ ହଟାଇବା ଅଭିଯାନ ସମୟରେ ସେ ଶୈଳ ବାଳାଙ୍କୁ ଗୁଳି ମାରି ହତ୍ୟା କରିଥିଲେ।

ଇନ୍‌ସ୍‌ପେକ୍ଟର୍‌ ରିତେଶ କୁମାରଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ତାଙ୍କୁ ବୃନ୍ଦାବନରେ ଠାବ କରିଥିଲେ। ହିମାଚଳ ପ୍ରଦେଶର ପୁଲିସ ଦଳ ଦିଲ୍ଲୀ ପୁଲିସକୁ ସୂଚନା ଦେବା ପରେ ମିଳିତ ଦଳ ତାଙ୍କୁ ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିର ନିକଟରେ ପାଇଥିଲେ।

ନାରାୟଣୀ ଗେଷ୍ଟ୍‍ ହାଉସ୍‌ର ବେଆଇନ୍‌ ନିର୍ମାଣ ଅଂଶତକ ସୁପ୍ରିମ୍‌ କୋର୍ଟଙ୍କ ଆଦେଶରେ ଭାଙ୍ଗା ଯିବା ପାଇଁ ଅଭିଯାନ ଚାଲିଥିବା ବେଳେ ହୋଟେଲବାଲା ଏବଂ ତାଙ୍କ ମାଆ ନାରାୟଣୀ ଦେବୀ ଶୈଳ ବାଳାଙ୍କ ସହ ଯୁକ୍ତିତର୍କ ହେବା ପରେ ବିଜୟ ତାଙ୍କୁ ଗୁଳି ମାରିଥିଲେ।

ସେ ପ୍ରାୟ ତିନି ରାଉଣ୍ଡ ଗୁଳି ଚଳାଇବା ପରେ ନିକଟବର୍ତ୍ତୀ ବଣକୁ ଖସି ଯାଇଥିଲେ। ପରେ କୌଶଲିରୁ ଏକ ଟ୍ୟାକ୍ସି ଧରି ସେ ମଥୁରା ଖସି ଯାଇଥିଲେ। ସେଠାରୁ ସେ ନେପାଳ ଚାଲି ଯାଇ ଥାଆନ୍ତେ। ଲାଞ୍ଚ ନେବାକୁ ଅଧିକାରିଣୀ ମନା କରିବାରୁ ତାଙ୍କୁ ହତ୍ୟା କରିଛନ୍ତି ବୋଲି ବିଜୟ ତାଙ୍କୁ ମାରିବାକୁ ଯୋଜନା କରିଥିବା କଥା ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର