ଗଛରେ ଝୁଲୁଥିଲା ଶବ, ଶରୀରରେ ଲେଖାଥିଲା- ବିଜେପି ସହ ଯୋଡ଼ିହେଲେ ପରିଣାମ ଏହିଭଳି ହେବ!

କୋଲକାତା: ପଶ୍ଚମବଙ୍ଗରେ ଏବେ କୌଣସି ରାଜନୈତିକ ପାର୍ଟିର କାର୍ଯ୍ୟକର୍ତ୍ତା ହେବା ଏକ ପାପ ବୋଲି ଲୋକମାନେ ଭାବିବା ଆରମ୍ଭ କଲେଣି । ଜଣେ ବିଜେପି କର୍ମୀଙ୍କ ହତ୍ୟା ପରେ ସମସ୍ତଙ୍କ ମନରେ ଭୟର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି । ବୁଧବାର ପୁରୁଲିଆରେ ଜଣେ ବିଜେପି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇ, ସେ ପିନ୍ଧିଥିବା ପୋଷାକରେ ବିଜେପିକୁ ସମର୍ଥନ ଜଣାଇଲେ ଏହିଭଳି ପରିଣାମ ଭୋଗିବାକୁ ହେବ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି ।
ମୃତକ ଜଣଙ୍କ ତ୍ରିଲୋଚନ ମହନ୍ତୋ ବୋଲି ଚିହ୍ନଟ କରିଛି ପୁଲିସ । ୨୧ବର୍ଷିୟ ତ୍ରିଲୋଚନ ବିଜେପିର ସକ୍ରିୟ କାର୍ଯ୍ୟକର୍ତ୍ତା ଥିବା ସହ କିଛି ଦିନ ତଳେ ହୋଇଥିବା ନିର୍ବାଚନରେ ସେ ବିଜେପି ପାଇଁ ଅଧିକ ପ୍ରଚାର କରିଥିଲେ ବୋଲି ଜଣା ପଡ଼ିଛି । ଏହି ଘଟଣା ପରେ ବିଜେପି ଏ ନେଇ ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରିବା ସହ ଏହି ଘଟଣା ପଛରେ ତୃଣମୂଳ କାର୍ଯ୍ୟକର୍ତ୍ତାମାନଙ୍କର ହାତ ଥିବା ନେଇ ଅଭିଯୋଗ କରିଛି । ଏହି ଘଟଣା ବିଷୟରେ ଜାଣିବା ପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା, ତ୍ରିଲୋଚନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି କହିଛନ୍ତି ।

The Logical Indian

ତ୍ରିଲୋଚନଙ୍କ ଟି-ସାର୍ଟରେ ଲେଖାଯାଇଥିବା ଲେଖା ଅନୁଯାୟୀ, ନିର୍ବଚନ ପରେ ପରେ ତ୍ରିଲୋଚନଙ୍କୁ ହତ୍ୟା କରାଯିବା ପାଇଁ ଉଦ୍ୟମ କରାଯାଇଥିଲା । ସେ ୧୮ବର୍ଷ ବୟସରୁ ବିଜେପି ଦଳ ପାଇଁ କାମ କରି ଆସୁଥିବାରୁ ବିରୋଧି ଦଳର କାର୍ଯ୍ୟକର୍ତ୍ତାମାନେ ତାଙ୍କ ଉପରେ ରାଗ ରଖି ତାଙ୍କୁ ମାରିବା ପାଇଁ ଯୋଜନା ଆରମ୍ଭ କରିଥିଲେ । ଏହି ହତ୍ୟାକାଣ୍ଡ ପରେ ତ୍ରିଲୋଚନଙ୍କ ବାପା ୬ଜଣ ଲୋକଙ୍କ ଉପରେ ଆରୋପ ଲଗାଇଥିବା ଜାଣିବାକୁ ମିଳିଛି ।

ସମ୍ବନ୍ଧିତ ଖବର