କଟୁରିରେ ଆକ୍ରମଣ, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ଏୟାରଫିଲ୍‌ଡ୍‌ ଥାନା ଅଧୀନ ପଞ୍ଚୁପଲ୍ଲୀ ଗ୍ରାମର ପବିତ୍ର ସାହୁଙ୍କୁ କଟୁରିରେ ହାଣିବା ଅଭିଯୋଗରେ ପୁଲିସ ଆଜି ଜଣେ ବୃଦ୍ଧଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫଜଣଙ୍କ ହେଲେ, ସେହି ଗ୍ରାମର ଅକ୍ଷୟ ସାହୁ (୫୩)। ପୁଲିସ ସୂଚନା ଅନୁଯାୟୀ ଶୁକ୍ରବାର ଅକ୍ଷୟ ଓ ପବିତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅକ୍ଷୟ ପବିତ୍ରଙ୍କୁ ଏକ କଟୁରିରେ ଆକ୍ରମଣ କରିଥିଲେ। ଏନେଇ ଅଭିଯୋଗ ପରେ ପୁଲିସ ଆଜି ଅକ୍ଷୟଙ୍କୁ ଗିରଫ କରିବା ସହ କଟୁରିକୁ ଜବତ କରିଛି।

ସମ୍ବନ୍ଧିତ ଖବର