ଯୁବକଙ୍କୁ ଛୁରାମାଡ଼ ଘଟଣା, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବାଙ୍କୁଆଳରେ ଯୁବକଙ୍କୁ ଛୁରାମାଡ଼ ଘଟଣାରେ ସହିଦନଗର ଥାନା ପୁଲିସ ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ବାଙ୍କୁଆଳ ଅଞ୍ଚଳର ବିପିନ୍‌ ବିହାରୀ ସାହାଣୀ(୩୯), ତାଙ୍କ ପୁତୁରା ହରିଶ ସାହାଣୀ ଓରଫ ବଣ୍ଟି(୧୯) ଓ ପ୍ରିୟାଶିଷ ସାହାଣୀ ଓରଫ ବିକି(୨୨)। ସୂଚନା ମୁତାବକ, ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ସୁବ୍ରତ ଦାସ ଓ ବିପିନ୍‌ଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଶନିବାର ସନ୍ଧ୍ୟାରେ କୌଣସି କଥାକୁ ନେଇ ସୁବ୍ରତ ଓ ବିପିନ୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିପିନ ଓ ତାଙ୍କ ଦୁଇ ପୁତୁରା ସୁବ୍ରତଙ୍କୁ ଛୁରି‌ରେ ଆକ୍ରମଣ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଆଜି ପୁଲିସ ବିପିନ୍‌, ହରିଶ ଓ ପ୍ରିୟାଶିଷକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର