ବାପାଙ୍କ ଦ୍ୱିତୀୟ ବିବାହ ନେଲା ପୁଅର ଜୀବନ, ପ୍ରେମିକାକୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କଲା ପ୍ରେମିକ

କୋଲକାତା: ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ୨୧ ବର୍ଷିଅ ଯୁବକ ନିଜ ପ୍ରେମିକାଙ୍କ ସହ ଭିଡିଓ ଚାଟ୍‌ କରୁଥିବା ସମୟରେ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ପଶ୍ଚିମବଙ୍ଗର ବରସାତଠାରେ ଦେବନାଥ ନାମକ ଯୁବକ ନିଜ ବାପାଙ୍କ ଦ୍ୱିତୀୟ ବିବାହରେ ଦୁଃଖୀ ହୋଇ ଏପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ଯୁବକ ଜଣକ ସ୍ନାତକ ଶେଷ ବର୍ଷରେ ପଢୁଥିଲେ। ପୁଲିସ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଯୁବକ ଏତେ ବଡ଼ ହେବା ପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିବା ନିଷ୍ପତ୍ତି ନେବାରୁ ସେ ଖୁବ୍‌ ଦୁଃଖୀ ହୋଇଥିଲେ। ଦୁଃଖୀ ହେବା ସହ ଘର ଛାଡ଼ି ପଳାଇ ମଧ୍ୟ ଯାଇଥିଲେ। ବାପାଙ୍କ ଦ୍ୱିତୀୟ ବିବାହରେ ସେ ରାଜି ନୁହଁନ୍ତି ବୋଲି ତାଙ୍କ ପ୍ରେମିକାଙ୍କୁ ଜଣାଇଥିଲେ।

ମାର୍ଚ ୩ ତାରିଖ ରବିବାର ଦିନ ଦେବନାଥ ତାଙ୍କ ପ୍ରେମିକାଙ୍କୁ ସବୁ କଥା କହିଥିଲେ। ସେ ଆଉ ବଞ୍ଚିବାକୁ ଚାହାନ୍ତି ନାହିଁ ବୋଲି ଜଣାଇଥିଲେ। ଦେବନାଥଙ୍କ ପ୍ରେମିକା ଭିଡିଓ କଲ୍‌ ଜରିଆରେ ତାଙ୍କ ସହ କଥା ହୋଇ ବୁଝାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଦେବନାଥ ତାଙ୍କ କଥା ନ ଶୁଣି ସିଲିଂ ଫ୍ୟାନ୍‌ରେ ତଉଲିଆ ଲଗାଇ  ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର