ଝିଅ ଜନ୍ମ ହେବାରୁ ନିର୍ମମ ଭାବେ ହତ୍ୟା କଲା ବାପା, ମାରିବା ପୂର୍ବରୁ ବାରମ୍ବାର ତଳେ କଚାଡ଼ିବା ସହ ହାତ ଓ ବେକ ମୋଡ଼ି ଦେଇଥିଲା ଅଭିଯୁକ୍ତ

କୋଲକାତା: ଦେଶରେ ବେଟି ବଚାଓ ବେଟି ବଢ଼ାଓ ଅଭିଯାନ ଆରମ୍ଭ କରାଯାଇଥିଲେ ମଧ୍ୟ ଏବେ ବି କନ୍ୟାସନ୍ତାନକୁ ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ଦେଶରେ ମହିଳାଙ୍କ ହାର କମ ହେଉଥିବା ଦେଖି ଶିଶୁ କନ୍ୟାକୁ ବଞ୍ଚାଇବା ପାଇଁ ସରକାର ଅନେକ ପ୍ରଚେଷ୍ଟା କରୁଥିବା ବେଳେ କୋଲକାତାରେ ଜଣେ ବାପା ନିଜ ୩ମାସର ଝିଅକୁ ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି । ତଳେ ବାରମ୍ବାର କଚାଡ଼ିବା ସହ ହାତ ଏବଂ ବେକ ମୋଡ଼ି ପରେ ହତ୍ୟା କରିଛି ଅଭିଯୁକ୍ତ ବାପା । ଏ ନେଇ ମୃତ ଶିଶୁକନ୍ୟାର ମା’ ବୁଧବାର ପୁଲିସରେ ଅଭିଯୋଗ କରିବା ପରେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତର ନାଁ ଶେଖ୍‌ ରାଜୁ ବୋଲି ଜଣା ପଡ଼ିଛି ।

Pakistan Today

ସୂଚନା ମୁତାବକ, ରାଜୁଙ୍କ ପତ୍ନୀ ଗର୍ଭବତୀ ଥିବା ସମୟରେ ରାଜୁ ପୁଅ ହେବାର ଆଶା ରଖିଥିଲେ । ଏହା ସହ ଅନେକ ମନ୍ଦିରରେ ପୂଜା ମଧ୍ୟ କରିଥିଲେ । କିନ୍ତୁ ଶେଷରେ ଝିଅ ଜନ୍ମ ହେବାରୁ ରାଜୁ ନିଜ ପତ୍ନୀଙ୍କ ସହ ଝଗଡ଼ା କରିବା ଆରମ୍ଭ କରିିଥିଲେ । ପତ୍ନୀ ରାଜୁଙ୍କ କୌଣସି କଥାକୁ ଶୁଣୁ ନଥିବାରୁ ରାଗି ଯାଇ ସେ ବୁଧବାର ନବଜାତକୁ ତଳେ କଚାଡ଼ି କଚାଡ଼ି ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର