ଲିଫ୍ଟ ମାଗି ଯୁବକଙ୍କୁ ଲୁଟିଲେ ଯୁବତୀ

ଚନ୍ଦ୍ରଶେଖରପୁର : କ୍ୟାପିଟାଲ୍‌ ଥାନା ଅଧୀନ ପୁରୁଣା ବସ୍‌ଷ୍ଟାଣ୍ଡ ନିକଟ ବିଏମ୍‌ସି ମଲ୍‌ ନିକଟରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ବାଇକ୍‌ରେ ଲଫ୍ଟ ମାଗି ଟଙ୍କା ଲୁଟି ନେଇଛି। ଘଟଣା ଘଟିଛି ଆଜି ସଂଧ୍ୟା ପ୍ରାୟ ସାଢ଼େ ଅଠଟା ବେଳେ। ଲୁଟ୍‌ର ଶିକାର ହୋଇଥିବା ଯୁବକ ଜଣଙ୍କ ଖଣ୍ଡଗିରି ସାମନ୍ତରାୟପୁର ଅଞ୍ଚଳର ସରୋଜ ନାୟକ। ସେ କେଶରୀ ହଲ୍‌ ନିକଟରୁ ବାଇକ୍‌ ନେଇ ଆସୁଥିବାବେଳେ ଜଣେ ଯୁବତୀ ତାଙ୍କୁ ଅଟକାଇଥିଲେ। ନିଜ ନାମ ମୀନାକ୍ଷି ଏବଂ ସେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟକରନ୍ତି ବୋଲି କହି ଯୁବତୀ ଜଣକ ପୁରୁଣା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବାପାଇଁ ଲିଫ୍ଟ ମାଗିଥିଲେ। ସରୋଜ ଲିଫ୍ଟ ଦେବାପରେ ବିଏମ୍‌ସି ମଲ୍‌ ନିକଟ ଏକ ଅନ୍ଧାରିଆ ସ୍ଥାନରେ ଯୁବତୀ ଜଣଙ୍କ ବାଇକ୍‌ ଅଟକାଇବା ପାଇଁ କହିଥିଲେ ଏବଂ ସରୋଜଙ୍କ ବେକରେ ଏକ ଭୁଲାଲି ଲଗାଇ ତାଙ୍କ ପର୍ସ ଲୁଟିନେଇଥିଲେ। ଯେଉଁଥିରେ କିଛି ଦରାକାରୀ କାଗଜ ସହ ଏଟିଏମ୍‌ କାର୍ଡ଼ ଓ ୫ହଜାର ଟଙ୍କା ଥିଲା। ଏନେଇ ସରୋଜ ସ୍ଥାନୀୟ ଥାନାକୁ ଜଣାଇବା ସହ ଯୁବତୀ ଲୁଟେରାକୁ ଖୋଜିବାପାଇଁ ଚେଷ୍ଟା କରିଥିଲେ।

ସମ୍ବନ୍ଧିତ ଖବର