ମହିଳା ଲୁଟେରା ଗିରଫ, ସୁନାହାର ଜବତ

ଭୁବନେଶ୍ୱର : ମହିଳାଙ୍କଠାରୁ ସୁନାହାର ଲୁଟ୍‌ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ମହିଳା ଲୁଟେରାକୁ ଗିରଫ କରିଛି। ପୁଲିସ ତାଠାରୁ ସୁନାହାର ଜବତ କରିଛି। ସେ ହେଲେ ପୁରୀ ଅଞ୍ଚଳର ଗୌରୀ ଦାସ(୩୭)। ଏଠାରେ ସତ୍‌ସଙ୍ଗବସ୍ତିରେ ରୁହନ୍ତି।

ପୁଲିସ ସୂଚନା ମୁତାବକ, ରବିବାର ଦିନ ପ୍ରାୟ ୨ଟା ସମୟରେ ଦ୍ରୌପଦୀ ଦାସ ନାମକ ଜଣେ ମହିଳା ସତ୍‌ସଙ୍ଗ ବିହାରରୁ ଭିଏସ୍‌ଏସ୍‌ ନଗର ସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଗୌରୀ ତାଙ୍କ ବେକରୁ ସୁନାହାର ଛିଡ଼ାଇ ଦୌଡ଼ି ପଳାଉଥିଲେ। ହେଲେ ଦ୍ରୌପଦୀ ଚିତ୍କାର କରିବାରୁ ସେଠାରେ ଥିବା ଲୋକମାନେ ଗୌରୀଙ୍କୁ ଅଟକାଇ ଥିଲେ। ଏହାପରେ ସହିଦନଗର ଥାନା ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୌରୀଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଗୌରୀଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର