ସମ୍ପତ୍ତିି ଲୋଭରେ ବେସ୍‌ବଲ୍‌ ବ୍ୟାଟ ଏବଂ ରଡ୍‌ରେ ପିଟିପିଟି ମହିଳାଙ୍କୁ ହତ୍ୟା : ସିସିଟିଭି ଫୁଟେଜରୁ ଜଣାପଡ଼ିଲା ଘଟଣା 

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ଆମାନଷିକତାର ରାଜଧାନୀ ମଧ୍ୟ ପାଲଟିଲାଣି । ବୁଧବାର ଦିନ ଜଣେ ମହିଳାଙ୍କୁ ରାସ୍ତା ମଧ୍ୟରେ ବେସ୍‌ବଲ୍‌ ବ୍ୟାଟ ଏବଂ ରଡ୍‌ରେ ପିଟିପିଟି ହତ୍ୟା କରାଯାଇଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ମହିଳାଙ୍କୁ ଆଉ କେହି ନୁହଁ ବରଂ ତାଙ୍କ ନିଜ ସଂପର୍କୀୟ ପିଟିପିଟି ହତ୍ୟା କରିଥିବାର ରାସ୍ତା ନିକଟରେ ଲାଗିଥିବା ଏକ ସିସିଟିଭି ଫୁଟେଜରୁ ଜଣାପଡ଼ିଛି।  ଭିଡ଼ିଓରୁ ପରିଷ୍କାର ଭାବେ ଜଣାପଡୁଛି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମଧ୍ୟ ମହିଳାଙ୍କ କରୁଣ ଚିତ୍କାର ଶୁଣିବାରୁ ନିଜ କାନ ବନ୍ଦ କରିଦେଇଥିଲେ, ଏଣୁ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରୁ ଦିଲ୍ଲୀବାସୀଙ୍କ  ଆମାନୁଷିକତା ସାମ୍ନାକୁ ଆସିଛି।

zeenews

ଘଟଣା ଅନୁଯାୟୀ, ପୂର୍ବ ଦିଲ୍ଲୀର  ଜଗତପୁର ଅଞ୍ଚଳରେ ସମ୍ପତ୍ତିିବାଡ଼ି ପାଇଁ ତିନି ଭାଇଙ୍କ ମଧ୍ୟରେ ଝଗଡ଼ା ଚାଲୁଥିଲା। ଝଗଡ଼ା ଧିରେଧିରେ ମାରପିଟର ରୁପ ନେଇଥିଲା। ଏହି ସମୟରେ ନିଜ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରେ ମହିଳା ଜଣକ ପହଞ୍ଚିଥିଲେ। ସେହି ସମୟରେ ନିଜର ଦେଢ଼ଶୂର ଏବଂ ତାଙ୍କର ୪ଜଣ ପୁଅଙ୍କର ବେସ୍‌ବଲ୍‌ ବ୍ୟାଟ ଏବଂ ରଡ୍‌ର ପ୍ରହାର ଦ୍ୱାରା ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେଠାରେ ଉପସ୍ଥିତ ଲୋକ ଘଟଣାର ଦେଖୁଥିଲେ  ମଧ୍ୟ କେହି ମହିଳାଙ୍କ ସାହାଯ୍ୟ କରିବା ପାଇଁ ଆସି ନ ଥିଲେ । ଯାହା ଫଳରେ ଘଟଣାସ୍ଥଳରେ ମହିଳା ଟଳି ପଡ଼ିଥିଲେ । ପରେ ତାଙ୍କୁ ଡ଼ାକ୍ତରଖାନାକୁ  ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତ ମହିଳାଙ୍କ ନାମ ଫରିଦା ହୋଇଥିବା ବେଳେ ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡ଼ିଥିଲା।  ସଂପୂର୍ଣ୍ଣ ଘଟଣାଟି ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିଲା।

ପୁଲିସ ଏକ ମାମଲା ରୁଜୁ କରାଯିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ  ଡ଼ାକ୍ତରଖାନା ପଠାଇଛି। ଅଭିଯୁକ୍ତ ଦେଢ଼ଶୂର ଏବଂ ତାଙ୍କ ଚାରି ପୁଅଙ୍କୁ ଗିରଫ କରି ଘଟଣା ବିଷୟରେ ପଚରାଉଚରା କରୁଛି ପୁଲିସ ।

ସମ୍ବନ୍ଧିତ ଖବର