ଲକ୍ଷ୍ନୌ ଗୁଳିକାଣ୍ଡରେ ମୃତ୍ୟୁ ଘଟିଥିବା ବିବେକ ତିୱାରୀଙ୍କ ପତ୍ନୀଙ୍କ ଜୀବନକୁ ବିପଦ; ବିବେକଙ୍କ ଘରେ ପହଞ୍ଚିଲେ ବରିଷ୍ଠ ପୁଲିସ୍‌ ଅଧିକାରୀ

ଲକ୍ଷ୍ନୌ: ଲକ୍ଷ୍ନୌରେ ପୋଲିସ ଗୁଳିର ଶୀକାର ହୋଇଥିବା ଆପଲ କମ୍ପାନୀ ମ୍ୟାନେଜର ବିବେକ ତିୱାରୀଙ୍କ ଅନ୍ତିମ ସଂସ୍କାର ଆଜି ହୋଇଛି। ଅନ୍ତିମ ସଂସ୍କାର ସମୟରେ ୟୁପି ସରକାରର ୨ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ୨୫ ଲକ୍ଷ ସହାୟତା ଲାଗି ରାଜ୍ୟ ସରକାରଙ୍କ ଆଶ୍ୱସନା ସତ୍ୱେ ବିବେକଙ୍କ ପତ୍ନୀ କଳ୍ପନା ଏକ କୋଟି ଟାଙ୍କ ସହାୟତା ଦେବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଏବେ ବି ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି ଘଟଣା ପରେ ରାଜ୍ୟ ସରକାର ୨୫ ଲକ୍ଷର ସହାୟତା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ ଦେବାକୁ ଘୋଷଣା କରିଛନ୍ତି। ତାସତ୍ୱେ ଥମିନି ଉତେଜନା। ଦିଲ୍ଲୀରେ ଏହି ଗୁଳିକାଣ୍ଡ ନେଇ ବରିଷ୍ଠ ବିଜେପି ନେତାଙ୍କ ଘନ ଘନ ବୈଠକ ବସିଛି। ଏଥିରେ ବିଜେପି ସଭାପତି ଅମିତ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ।

 

 

ଶୁକ୍ରବାର ରାତିରେ ଲକ୍ଷ୍ନୌରେ ଗୋମତିନଗରରେ ଅଭାବନୀୟ କାଣ୍ଡ ଘଟିନଥିଲା। ଗାଡ଼ି ନ ଅଟକାଇବାରୁ ଆପଲ୍‌ କମ୍ପାନି ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କରିଥିଲେ କନେଷ୍ଟବଳ। ଏହି ମାମଲାରେ ୨ ଜଣ ଅଭିଯୁକ୍ତ କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ ଓ ସନ୍ଦୀପଂକୁ ଗିରଫ କରାଯାଇଛି। ଅନ୍ୟପଟେ ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିଳମ୍ବିତ ରାତିରେ ଆପଲ କମ୍ପାନିର ମ୍ୟାନେଜର ବିବେକ ତିୱାରି କାରରେ ଘରକୁ ଫେରୁଥିବାବେଳେ ପୁଲିସ କନେଷ୍ଟବଳ ଗୋମତି ନଗରରେ ତାଙ୍କୁ ଅଟକାଇଥିଲେ। ତେବେ ସେ ନଅଟକିବାରୁ କନେଷ୍ଟବଳ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ ଓ ହସ୍ପିଟାଲରେ ବିବେକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଯାଇଁ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ବି ଯାଇ ତାଙ୍କ ଘରେ ପହଞ୍ଚି ବିବେକ ତିଓ୍ଵାରିଙ୍କ ପତ୍ନୀଙ୍କୁ ଭେଟିଛନ୍ତି। ଭେଟିବା ପରେ ତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର